ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ମାର୍ଚ୍ଚ

ଭଦ୍ରକ, ୧୩l୭ :ପେଟ୍ରୋଲ, ଡିଜେଲ ଆଦି ଖଣିଜ ତୈଳ ଓ ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବୃଦ୍ଧି ପାଇ କରୋନା ମହାମାରୀ କାଳରେ ସାଧାରଣ ଜନତାଙ୍କ ଆର୍ଥୀକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଥିସହ ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ବେଡି ଉପରେ କରୋଡା ସଦୃଶ ହୋଇଛି । ଅଧିକାଂଶ ଜନସାଧାରଣ ଲକଡାଉନ ଓ ସର୍ଟଡାଉନ ପାଇଁ ରୋଜଗାର ହରାଇ ସାରିଥିବା ବେଳେ ଦରବୃଦ୍ଧି ଜନମାନସକୁ ଗଭୀର ଭାବେ ପ୍ରଭାବିତ କରିଛି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । କଂଗ୍ରେସ ନେତା ଓ କର୍ମୀମାନେ ଗାଁ ଗାଁ ରେ ସାଇକେଲ ଶୋଭାଯାତ୍ରା କରିବା ସହ ପ୍ଲା କାର୍ଡ ପ୍ରଦର୍ଶନ କରି ପ୍ରତିବାଦ ଓ ନାରାବାଜି କରିଛନ୍ତି । ତେବେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ ଫାଟକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା l କରାଯାଇଥିବା ସାଇକେଲ ଶୋଭାଯାତ୍ରାକୁ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ପତାକା ଦେଖାଇ ଆରମ୍ଭ କରିବା ସହ ଜନତାଙ୍କ ଆକ୍ରୋଶ ଦ୍ୱାରା ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ପତନ ହେବ ବୋଲି କହିଥିଲେ। ଏହି ସାଇକେଲ ଶୋଭାଯାତ୍ରାରେ ଦଳର ବହୁ କର୍ମୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *