ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ମାର୍ଚ୍ଚ

ଭଦ୍ରକ, ୯ା୭ – ପେଟ୍ରୋଲ, ଡିଜେଲ ଆଦି ଖଣିଜ ତୈଳ ଓ ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବୃଦ୍ଧି ପାଇ କରୋନା ମହାମାରୀ କାଳରେ ସାଧାରଣ ଜନତାଙ୍କ ଆର୍ଥୀକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଥିସହ ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ବେଡି ଉପରେ କରୋଡା ସଦୃଶ ହୋଇଛି । ଅଧିକାଂଶ ଜନସାଧାରଣ ଲକଡାଉନ ଓ ସର୍ଟଡାଉନ ପାଇଁ ରୋଜଗାର ହରାଇ ସାରିଥିବା ବେଳେ ଦରବୃଦ୍ଧି ଜନମାନସକୁ ଗଭୀର ଭାବେ ପ୍ରଭାବିତ କରିଛି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରି କଂଗ୍ରେସ ପକ୍ଷରୁ ଏହାର ଚଳିତ ସପ୍ତାହରେ ଦ୍ୱିତୀୟ ଦଫା ପ୍ରତିବାଦ କରାଯାଇଛି । ଶୁକ୍ରବାର କଂଗ୍ରେସ ନେତା ଓ କର୍ମୀମାନେ ଗାଁ ଗାଁ ରେ ସାଇକେଲ ଶୋଭାଯାତ୍ରା କରିବା ସହ ପ୍ଲା କାର୍ଡ ପ୍ରଦର୍ଶନ କରି ପ୍ରତିବାଦ ଓ ନାରାବାଜି କରିଛନ୍ତି । ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ଅଞ୍ଚଳକୁ ନଅଟି ଜୋନରେ ବିଭକ୍ତ କରାଯାଇ ସମାନ୍ତରାଳ ଭାବେ ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ବ୍ଲକ କାର୍ଯ୍ୟାଳୟରୁ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ୱରେ ଦକ୍ଷିଣବାଡ ଓ ବୟାବନାପୁର ୟୁନିଟ ପକ୍ଷରୁ ଆରମ୍ଭ କରାଯାଇଥିବା ସାଇକେଲ ଶୋଭାଯାତ୍ରାକୁ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ପତାକା ଦେଖାଇ ଆରମ୍ଭ କରିବା ସହ ଜନତାଙ୍କ ଆକ୍ରୋଶ ଦ୍ୱାରା ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ପତନ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ବିଜୟ ଶଙ୍କର ମହାନ୍ତି, ପିତାମ୍ବର ଦାସ, ରମେଶ ଭାରତୀ, ମନୋଜ ନାୟକ, କହ୍ନେଇ ପହି, ପ୍ରଶାନ୍ତ ସାହୁ, ବସନ୍ତ ରାଉତ, ନାରାୟଣ ଘଡେଇ, ସୁବାସ କାଣ୍ଡି, ଅକ୍ଷୟ ବେହେରା, ଚନ୍ଦ୍ରଶେଖର ଜେନା, ଟୁଟୁ ରାଉତ, ଧରିତ୍ରୀ ଜେନା, ସୁଦର୍ଶନ ବେହେରା, ଖଗେଶ୍ୱର ସ୍ୱାଇଁ, ରବିନାରାୟଣ ମହାପାତ୍ର, ମହେଶ୍ୱର ଦାସ, ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ସାଇକେଲ ମାର୍ଚ୍ଚରେ ଅଂଶଗ୍ରହଣ କରିଥିଲେ । ସେହିପରି ସରସଦା ଜୋନରେ ନଟବର ରାଉଳଙ୍କ ନେତୃତ୍ୱରେ ମାର୍ଚ୍ଚ ଅନୁଷ୍‌ିଂତ ହୋଇଥିଲା । ମାଳଦା ପଞ୍ଚାୟତରେ ବିନୋଦ ପଲାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ମାର୍ଚ୍ଚରେ ଅନିଲ ଶତପଥି, ପ୍ରଶାନ୍ତ ଦାସ, ପବିତ୍ର ପାଣିଗ୍ରାହୀ, ଅନନ୍ତ ସେଠୀ, ଟୁକୁନା ସାମଲ, ପଦ୍ମଲାଭ ଜେନା, ସୁରେଶ କବି, ପ୍ରଭାତ ସାମଲ, ରବିନ୍ଦ୍ର ଦାସ, ଛାତ୍ରକଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *