ଅଘୋଷିତ ବିଦ୍ୟୁତ କାଟ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଅଘୋଷିତ ବିଦ୍ୟୁତ କାଟ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ରାଜ୍ୟରେ ଅଘୋଷିତ ଘନ ଘନ ବିଦ୍ୟୁତ କାଟ ଓ ଅହେତୁକ ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଣ ଧାରଣା ଦିଆଯାଇଥିଲା ।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ମହାପାତ୍ର,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ,ବ୍ଲକ କଂଗ୍ରେସ ସଭାପତି ଅଦୈତ୍ୟ ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ସାମିଲ ହୋଇଥିଲେ ।ସରକାର ଟାଟା କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଉ ଥିବା ବେଳେ କମ୍ପାନୀ ମନଇଛା ଅଘୋଷିତ ବିଦ୍ୟୁତ କାଟ କରିବା ସହିତ ମନଇଚ୍ଛା ବିଦ୍ୟୁତ ଦେୟ ବୃଦ୍ଧି କରିଛି ।ଏହା ସହିତ ଲୋ ଭୋଲ୍ଟେଜ ସମସ୍ୟା ରହୁଥିବା ବେଳେ ସରକାର ଏହାର ସମାଧାନ କରିବାରେ ବିଫଳ ହୋଇଛି ।ଅଘୋଷିତ ବିଦ୍ୟୁତ କାଟ ଓ ଅହେତୁକ ବିଦ୍ୟୁୟ ଦେୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ।ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଗାଁ ଗାଁକୁ ନିଆଯାଇ ଜନ ସଚେତନ କରାଯିବ ସହିତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।ବାଇଟ ୧- ନଟବର ବାରିକ (ଜିଲ୍ଲା ସଭାପତି)ବାଇଟ ୨- ଲଲାଟେନ୍ଦୁ ମହାପାତ୍ର (ସାଧାରଣ ସମ୍ପାଦକ)ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *