ଜଗତସିଂହପୁର ଜିଲ୍ଲା ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ଧାରଣା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ଧାରଣା ଦିଆଯାଇଛି ।ତିର୍ତ୍ତୋଲର କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲର କଂଗ୍ରେସ ନେତୃବୃନ୍ଦ ସହିତ କର୍ମୀମାନେ ଗଣଧାରଣା ଦେଇଥିଲେ ।ବିରିଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିତ୍ତିଭୂମିର ଅବ୍ୟବସ୍ଥା,ଡାକ୍ତର ଅଭାବ,ମୃତ୍ୟୁ କାଳୀନ ସାର୍ଟିଫିକେଟ ପ୍ରଦାନରେ ବିଳମ୍ବ, ମେଡିକାଲ କର୍ମଚାରୀଙ୍କ ଦୁଃବ୍ୟବହାର ଆଦି ଦାବି ନେଇ କଂଗ୍ରେସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବା ସହିତ ଏହାର ସମାଧାନ ପାଇଁ ପୂର୍ବରୁ ବହୁବାର ଦାବି କରିଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ନହେବାରୁ ଆଜି କଂଗ୍ରେସ ଧାରଣା ଓହ୍ଲାଇଛି ।ଆଗାମୀ ଦିନରେ ଯଦି ସରକାର ଏହାର ସମାଧାନ ନକରନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ଜଗତସିଂହପୁର ରୁ ରୀତା ସାହୁ