୧୪୧ ଆସନ ଜିତିବ କଂଗ୍ରେସ: ଶିବକୁମାର

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୪୧ ଆସନ ଜିତିବ। ରାଜ୍ୟର ଜନସାଧାରଣ ଆମ ଦଳକୁ କ୍ଷମତାକୁ ଆଣିବେ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ଡିି କେ. ଶିବକୁମାର କହିଛନ୍ତି। ଶନିବାର ଏକ ସାକ୍ଷାତକାରରେ ସେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିିଛନ୍ତି। ଏଥିସହ ଶିବକୁମାର କହିଛନ୍ତି, ଏଥର ରାଜ୍ୟରେ କଂଗ୍ରେସ ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବ। ଏହି ବିଜୟ ୧୯୭୮ରେ ହୋଇଥିବା ଦଳର ବିଜୟ ପରି ଲୋକସଭା ନିର୍ବାଚନ ପାଇଁ ଦ୍ୱାର ଖୋଲିବ। ବିଧାନସଭା ନିର୍ବାଚନ ପ୍ରଚାରରେ ୟୁନିଫର୍ମ ସିଭିଲ କୋଡ ଏବଂ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ(ଏନଆରସି) ଭଳି ପ୍ରସଙ୍ଗ ଉଠାଇଥିବାରୁ ସେ ଭାଜପାକୁ କଡା ସମାଲୋଚନା କରିଛନ୍ତି। ବିଧାନସଭା ନିର୍ବାଚନରେ ଭାଜପାର କୌଣସି ଏଜେଣ୍ଡା ଏବଂ ଦୂରଦୃଷ୍ଟି ନ ଥିବାରୁ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ୟାକ୍ଟର କାମ କରିବ ନାହିଁ।

Leave a Reply

Your email address will not be published. Required fields are marked *