ସର୍କିଟ ହାଉସ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ

ପୁରୀ ୧୮/୧- ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ର ନବୀକରଣ କରାଯାଉଛି। ପୁରୁଣା ଭାବରେ ଥିବା ସର୍କିଟ ହାଉସ ର ଉଭୟ ପାର୍ଶ୍ଵ କୁ ଭଙ୍ଗା ଯାଇ ଜି+୩ ରୂପରେ ଗଢ଼ା ଯାଉଛି।ଏହି ନବୀକରଣ ର ଗ୍ରାଉଣ୍ଡ ଫ୍ଲାରର ଛାତ ଆଜି ପଡ଼ିଛି।ନଡ଼ିଆ ବାଡେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଜିତ ପ୍ରସାଦ ମହାପାତ୍ର, ଏସ ଡି ଓ ଶୁକଦେବ ସାହୁ ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *