ବିନା ଅନୁମତିରେ ଠିକାଦାର ଖୋଲିଦେଲେ ରାସ୍ତା।

ରଘୁନାଥପୁର:-କଟକ ପାରାଦୀପ ରାଜ ରାସ୍ତାର ରଘୁନାଥପୁର ବଜାରରେ ମାଟି ତଳେ ୩୩ କେଭି ବିଦୁତ୍ ସରବରାହ ପାଇଁ ବିନା ଅନୁମତିରେ ଠିକାଦାର ଖୋଳିଦେଲେ ରାସ୍ତା।ସ୍ଥାନୀୟ ବଜାର କମିଟି ସଦସ୍ୟ ଓ ଗ୍ରାମବାସୀମାନେ ସାମ୍ଭବ୍ୟ ଅଘଟଣ ଆଶଙ୍କା କରି ଏହାକୁ ବିରୋଧ କରିବା ସହ ଏ ସମ୍ପର୍କରେ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ।ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଠିକାଦାର ରାସ୍ତାରେ ଖୋଳିଥିବା ଗର୍ତ୍ତକୁ ପୋତିବାକୁ ବାଧ୍ୟ ହୋଇଛନ୍ତି।ସୂଚନାଯୋଗ୍ୟ କି ବଜାର ଉପରେ ମାଟିତଳେ ବିଦୁତ ତାର ନେବାପାଇଁ ଗତ ୪ ଦିନ ତଳୁ ବିଭିନ୍ନ ସ୍ଥାନରେ ବିରାଟ ଗର୍ତ୍ତମାନ କରାଯାଇଥିଲା। କଂକ୍ରିଟ ରାସ୍ତା ଉପରେ ଏହା ଖୋଳା ଯାଇଥିବାରୁ ଗାଡିମଟର ତଥା ବାଇକ ଆରୋହୀଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇଥିଲା।ଏହାଛଡା ଏଥିରେ ପାଣିଜମି ରାସ୍ତା ସହିତ ସମତୁଲ ଥିବାରୁ ଛୋଟପିଲା କିମ୍ବା ଅଜଣା ପଥଚାରୀଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିଲା।ସରପଞ୍ଚ ସୁଚିତ୍ରା ପଣ୍ଡା ଏ ସମ୍ପର୍କରେ ରାସ୍ତା ଦାଇତ୍ୱରେ ଥିବା ଆରଆଣ୍ଡବି ଯନ୍ତ୍ରୀ ବେଦବ୍ୟାସ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ।

ଠିକାଦାର ସମ୍ପୃକ୍ତ ବିଭାଗ ପକ୍ଷରୁ ଅନୁମତି ନଆଣି କିପରି ରାସ୍ତା ଖୋଳିଲେ ଓ ତାଙ୍କ ବିରୁଦ୍ଧରେ କି ପଦକ୍ଷେପ ନିଆଯାଇଛି ବୋଲି ସରପଞ୍ଚ ପଣ୍ଡା ଯନ୍ତ୍ରୀ ସ୍ବାଇଁଙ୍କୁ ପ୍ରଶ୍ନ କରିଥିଲେ।ମଙ୍ଗଳବାର ରାତିରେ ଅତି ତରବରିଆ ଭାବେ ଠିକାଦାର ଉକ୍ତ ଗର୍ତ୍ତଗୁଡିକୁ ପୋତି ଦେଇଥିବାର ଦେଖାଯାଇଛି।ଏହାଛଡା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସହମତିରେ ଚାଲିଥିବା କାର୍ଯ୍ୟ ବନ୍ଦ ରହିଛି ବୋଲି ସରପଞ୍ଚ ପଣ୍ଡା କହିଛନ୍ତି।ଏ ସମ୍ପର୍କରେ ଆରଆଣ୍ଡବି ଯନ୍ତ୍ରୀ ସ୍ବାଇଁଙ୍କୁ ପଚାରିବାରେ ଖୋଳୁଥିବା ଠିକାଦାର ବିଭାଗ ପକ୍ଷରୁ ଅନୁମତିଆଣିନଥିବା ପ୍ରକାଶ କରିଥିଲେ।ଗତ ୪ ଦିନ ତଳୁ ରାସ୍ତା ଖୋଳା ହୋଇ ପଡିଥିବାବେଳେ ବିଭାଗୀୟ ଯନ୍ତ୍ରୀ ଜାଣିପାରିଲେ ନାହିଁ କେମିତି ବୋଲି ପ୍ରଶ୍ନ ଉଠିଛି।ଆଉ ଜାଣିବା ପରେ ତାଙ୍କ ବିରୁଦ୍ଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରାସାସନିକ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *