ଉଜାପିତ ହେଲା ଜିରିଂପଡ। ଚନ୍ଦନ ଯାତ୍ରା

ଉଜାପିତ ହେଲା ଜିରିଂପଡ। ଚନ୍ଦନ ଯାତ୍ରା ।
କନ୍ଧମାଳ ତା ୨୭/୦୫/୨୦୨୫ ଫୁଲବାଣୀ ଚଳିତ ବର୍ଷ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥ ଠାକୁରଙ୍କ ଜନ୍ମ ଉତ୍ସବ ବା ଚନ୍ଦନ ଯାତ୍ରା ଫୁଲବାଣୀ ସହର ଜିରିଂପଡ। ଠାରେ ବହୁ ଧୁମ୍ ଧ।ମ ରେ ପାଳନ କରାଯାଇ ତା ୨୬/୦୫/୨୦୨୫ ରିଖରେ ଉଜାପିତ ହୋଇ ଯାଇଛି । ଯାତ୍ରାର ଶେଷ ପାଞ୍ଚ ଦିନ ସାମାଜିକ ନାଟକ ପ୍ରତିଗୋଗିତ। ଆୟଯୋନ କରାଯାଇଥିଲା । ଏହିଠାରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ସିଦ୍ଧପୂର୍,ବୌଦ୍ଧ ଜିଲ୍ଲାର ଚ।ରିଛକ୍ ବ୍ଲକ ର ଆଡିନିଗଡ ର ଦୁଇଟି ଦଳ, ଫୁଲବାଣୀ ର ଫିରିଙ୍ଗିଆ ଓ ଖଜୁରୀପଡ଼ା ଦଳ ଭାଗନେଇଥିଲେ । ପ୍ରତିଯୋଗିତାରେ ଖଜୁରୀପଡ଼ା ଦଳ ପ୍ରଥମ ସ୍ଥାନ ରେ ରହି ପୁରସ୍କୃତ ହୋଇଥିଲେ । ଏହି ଠାରେ ସବୁଦିନ ଦର୍ଶକଙ୍କ ଭିଡ଼ ବହୁ ସଂଖ୍ୟା ରେ ଦେଖିବାକୁ ମିଳିଥିଲା ।ପ୍ରତିଯୋଗିତାର ଶେଷଦିନ ଓଡ଼ିଶାର ପୂର୍ବତନ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ଆସି ମଞ୍ଚକୁ ଉଦ୍ଘାଟନ କରିଥିଲେ । କମିଟିର ସଭାପତି ଶ୍ରୀ ବୈଦ୍ୟନାଥ ନାୟକ ଏହି ଯାତ୍ରା ସୁଚାରୁ ରୂପେ ପରିଚାଳିତ ହୋଇଥିବା କଥା କହି ଥିଲେ ।ଜିଲ୍ଲା ପ୍ରଶାସନ , ସହରର ସମସ୍ତ, ବୁଦ୍ଧିଜୀବୀ, ବ୍ୟବସାୟୀ,ଆଇନଜୀବୀ ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ରେ ସାରିଥିବା କଥା ସାଧାରଣ ସମ୍ପାଦକ ଦାରୁଣ ବେହେରା କହିଥିଲେ ।

Leave a Reply

Your email address will not be published. Required fields are marked *