ଜଟଣୀ ପୌରାଞ୍ଚଳରେ ହିଲ୍ ଟପ୍ ମଡେଲ୍ ପାର୍କ ନିର୍ମାଣର ସମନ୍ବୟ ବୈଠକ

ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ବାଛରା ଫୁଙ୍ଗୁଳା ପାହାଡ ଉପରେ ହିଲ୍ ଟପ୍ ମଡେଲ୍ ପାର୍କ ନିର୍ମାଣ ପାଇଁ ରେଲୱେ ଅଫିସର୍ସ କ୍ଲବ ପରିସରରେ ପୌର ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତିଙ୍କ ସହୋଯୋଗରେ ଏକ ସମନ୍ବୟ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୧୧,୧୨ ଓ ୧୩ କାଉନସିଲର, ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଏତଦବ୍ୟତୀତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ଯଥା, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କର ଅଧକ୍ଷତାରେ, ପୌର ନିର୍ବାହୀ ଅଧିକାରୀଙ୍କ ସହଯୋଗରେ ଆୟୋଜିତ ବୈଠକରେ ନିମନ୍ତ୍ରିତ ସନ୍ମାନିୟ ଅତିଥି ହେଲେ ସ୍ଥାନୀୟ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ବନ ବିଭାଗ ଅଧିକାରିଣୀ ପି ପୁର୍ନିମା, ପୌର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ଜଟଣୀ ତହସିଲଦାର ରୁମାନା ଜାଫ୍ରି, ଜଟଣୀ ପଞ୍ଚାୟତ ସମିତି ଉନୟନ ଅଧିକାରୀ ଶ୍ରୀ ସରୋଜ କୁମାର ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଓ ରେଲୱେ ଟ୍ରେଡ ୟୁନିୟନର ନେତା ଶ୍ରୀ ପ୍ରଦୀପ୍ତ କୁମାର ପାଟଶାଣୀ, ଏମ୍ପ୍ଲଇଯ୍ ୟୁନିୟନର ନେତା କେ ନାଗେଶ୍ୱର ରାଓ ସମେତ ଅନେକ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଜଟଣୀ ସହରର ପାର୍କ ନିର୍ମାଣର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ପ୍ରସ୍ତାବିତ ୩୩ ଏକର ଏରିଆରେ ପାର୍କ ନିର୍ମାଣର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜଟଣୀ ବାସି ସମ୍ପୁର୍ଣ୍ଣ ସହୋଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *