ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା ଅନୁଷ୍ଠିତ

ପୁରୀ :୧୮/୫ ବିଗତ ବର୍ଷ ମାନଙ୍କ ରେ ରଥଯାତ୍ରାରେ ସ୍ୱଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା।ଚଳିତ ରଥଯାତ୍ରା ରେ ମଧ ଅନୁରୂପ ଉଲ୍ଲେଖନୀ ସେବା ଯୋଗାଇ ଦେବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅନୁରୋଧ କରିଛନ୍ତି।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ପାଇଁ ସ୍ୱଛାସେବୀ ମାନଙ୍କ ସହ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଶ୍ରୀ ସାହୁ ରଥଯାତ୍ରା ସମୟରେ ବିବିଧ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ ଜରୁରୀ ହୋଇଥାଏ। ତେଣୁ ସ୍ୱଛାସେବୀ ଅନୁଷ୍ଠାନ ମାନେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ରୁ ପ୍ରଭୁ ଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ବିଗତ ବର୍ଷ ମାନଙ୍କ ଭଳି ସ୍ୱଛାସେବୀ ମାନେ ଉନ୍ନତ ସେବା ଯୋଗାଇ ଦେବା କୁ ଅନୁରୋଧ କରିବା ସହ ପ୍ରଶାସନ ପକ୍ଷରୁ ମଧ ଅନୁରୂପ ସହଯୋଗ ଯୋଗାଇ ଦେବାକୁ ସୂଚନା ଦେଇଥିଲେ।ପରେ ବିସ୍ତୃତ ଆଲୋଚନା ପରେ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଚିକିତ୍ସା ସହାୟତା, ଆମ୍ବୁଲାନ୍ସ ସେବା,ଷ୍ଟେଚର ସେବା,ରକ୍ତ ଦାନ, ଶବ ସତ୍କାର, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ,ପାନୀୟ ଜଳ ଯୋଗାଣ, ଟ୍ରାଫିକ ରକ୍ଷାରେ ସହାୟତା, ଶୃଙ୍ଖଳା ରକ୍ଷା, ଜଳ ସିଚଂନ,ରାସ୍ତା ଘାଟ ପରିଷ୍କାର,ଶ୍ରୀମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର, ବଡଦାଣ୍ଡ, ସମୁଦ୍ର କୂଳ ପରିଷ୍କାର, ତୀର୍ଥ ପୁଷ୍କରିଣୀ ପରିଷ୍କାର, ବଡ଼ଦାଣ୍ଡ ରୁ ବୁଲା ଗାଈଗୋରୁ ଓ ଷଣ୍ଢ କୁ ହଟାଇବା, ସୂଚନା ପ୍ରଦାନ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ଇତ୍ୟାଦି କୁ ସ୍ୱଛାସେବୀ ଅନୁଷ୍ଠାନ ମାନେ ପରିଚାଳନା କରିବେ ବୋଲି ଆଲୋଚନା କରାଗଲା। ଏହି କାର୍ଯ୍ୟ କୁ ବିଭିନ୍ନ ସବକମିଟି ଗଠନ କରାଯାଇ ବରିଷ୍ଠ ଅଧିକାରୀ ବା ନୋଡାଲ ଅଫିସର ଙ୍କ ତତ୍ତ୍ୱ।ବଧାନରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରାଯିବ। ଯେଉଁ କ୍ଷେତ୍ରରେ ଯେଉଁ ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ଅଭିଜ୍ଞତା ରହିଛି ସେମାନେ ସେହି କ୍ଷେତ୍ରରେ କାର୍ଯ୍ୟ କରିବେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭା ରେ ଉପଜିଲ୍ଲାପାଳ ଭବତରଣ ସାହୁ ଯୋଗ ଦେଇ ସ୍ୱଛାସେବୀ ସଂଗଠନ ମାନେ ରଥଯାତ୍ରା ଦିନ ଭଳି ରଥଯାତ୍ରା ଠାରୁ ବାହୁଡା ପର୍ଯ୍ୟନ୍ତ ଅନୁରୂପ ସେବା ଯୋଗାଇ ଦେଲେ ଶ୍ରଦ୍ଧାଳୁ ମାନେ ଉପକୃତ ହୁଏନ୍ତେ ବୋଲି କହିଥିଲେ। ପୌର ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ,,ଏ ଡ଼ି ଏମ ଓ ଡା ବିରଜା ଶଙ୍କର ରଥ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବଜିତ ଘୋଷ,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ୱ।ଟକୋ ର ଏସଡିଓ ଭବାନୀ ପ୍ରସାଦ ମହାନ୍ତି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଭିମନ୍ୟୁ ବାରିକ,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ସଭାରେ ଅନ୍ୟାନ୍ୟ ବିଭାଗର ଅଧିକାରୀ ଙ୍କ ସହ ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ବିବଧ ପ୍ରସ୍ତାବ ଦେଇଥିଲେ।