ଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ

ମାଡାମଙ୍କ କମାଲ। ଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ। ନିମାପଡା () ନିମାପଡାରେ ଥିବା ଏକ ମହିଳା କଲେଜର ଦୁଇ ଜଣ ଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ନିମାପଡା ଦେବୀମଣ୍ଡପ ସାହିର କାଜଲ ସେନାପତି ମହାବୀର କଲୋନୀର ସୁଶିଲା ଥାପା ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ 2023 ମସିହାରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ କରିଥିଲେ।ସେହିବର୍ଷ ନିମାପଡାର ଏକ ମହିଳା କଲେଜରେ ବଟାନୀ ଅନର୍ସ ରଖି ନାମ ଲେଖାଇ ଥିଲେ।ବିଭାଗ ଦାୟିତ୍ୱରେ ଥିବା ଅଧ୍ୟାପିକା ଦୁଇ ଛାତ୍ରୀଙ୍କ ମନରେ ବିଶ୍ୱାସ ଜମ୍ନାଇ ମାଟ୍ରିକ,ଯୁକ୍ତ ଦୁଇ ସାର୍ଟିଫିକେଟ, ଆଧାର କାର୍ଡ, ବ୍ୟାଙ୍କ ପାସଵୁକ୍ ନେଇ ଯାଇଥଲେ ଏବଂ କହିଥିଲେ ୟୁଥ ରେଡ କ୍ରସରେ ତୁମେ ଭଲ୍ୟୁଣ୍ଟର ଥିବାରୁ ତୁମ ଆକାଉଣ୍ଟକୁ ଟଙ୍କା ଆସିବ। ଟଙ୍କା ଆସିଲେ ମୋତେ ଦେଇ ଦେବ। ସେ ଟଙ୍କା ସେବା କାର୍ଯ୍ୟରେ ଲାଗିବ। ଆକାଉଣ୍ଟକୁ ଟଙ୍କା ଆସିବା ପରେ ପ୍ରଥମ କିସ୍ତିରେ 16 200 ଦ୍ୱତୀୟ କିସ୍ତିରେ 24 ହଜାର 300 ଟଙ୍କା ଅଧ୍ୟାପିକା ନେଇ ଯାଇଥିବା ଛାତ୍ରୀ ଦୁଇ ଜଣ ଅଭିଯୋଗ କରିଛନ୍ତି। ପରେ କାଜଲ,ଶୀତଲାଙ୍କ ବୃତ୍ତି ଆବେଦନ ବାରମ୍ବାର ଖାରଜ ହେବାରୁ ସେ ଆଧାରକାର୍ଡ ନେଇ ଅନଲାଇନରେ ଚେକ କରିଥିଲେ।ଏହି ସମୟରେ ଜାଣିବାକୁ ପାଇଥିଲେ ତାଙ୍କ ନାମରେ ଏକ ନର୍ସିଙ୍ଗ ସ୍କୁଲରୁ ବୃତ୍ତି ଟଙ୍କା ଆସୁଛି।ଯେଉଁ ଟଙ୍କାକୁ ଅଧ୍ୟାପିକା ନେଇ ଯାଉଛନ୍ତି। ତେବେ କାଜଲ, ଶୀତଲାଙ୍କ ଅଭିଯୋଗ ଅନୁଯାଇ ସେ ଦୁଇ ଜଣ ମହିଳା କଲେଜର ଛାତ୍ରୀ ଥିବା ବେଳେ ଉକ୍ତ ବଟାନୀ ଅଧ୍ୟାପିକା ଏକ ନର୍ସିଙ୍ଗ ସ୍କୁଲରେ ତାଙ୍କ ଅଜଣାତରେ ନାମ ଲେଖାଇ ଦେଇଛନ୍ତି। ଏପରିକି ଶୀତଲା ଥାପା ଜେନେରାଲ କାଷ୍ଟ ହୋଇଥିବା ବେଳେ ତାଙ୍କୁ ସିଡୁଲ କାଷ୍ଟ ଦର୍ଶାଇ ଆଡ଼ମିସନ କରାଯାଇଛି । ଦୁଇ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଇଥିବା ବେଳେ ଅଭିଭାବକ ଏବେ ଚିନ୍ତାରେ ପଡିଛନ୍ତି। ଏଥିରେ ସମ୍ପୂକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କରି ଏହି ରାକେଟର ପର୍ଦାଫାଶ କରିବାକୁ ଛାତ୍ରୀ ଅଭିଭାବକ ଦାବୀ କରିଛନ୍ତି। ଦୁଇ ଛାତ୍ରୀ ନିମାପଡା ଥାନା, ପୁରୀ ଆରକ୍ଷୀ ଅଧିକ୍ଷକ,ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ନ୍ୟାୟକୁ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *