କାଉନସେଲିଂ ପ୍ରୋଗ୍ରାମ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଖଙ୍କିରା ଗ୍ରାମ ରେ ଅନୁଷ୍ଠିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖଙ୍କିରା ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କାଉନସେଲିଂ ପ୍ରୋଗ୍ରାମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁମତି ନାଏକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ନଭେମ୍ବର ମାସ ୧୭ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ସ୍ବତନ୍ତ୍ର ବିଚାରପତି ସିବିଆଇ , ପୂର୍ବତନ ଜିଲ୍ଲା ବିଚାରପତି ଓ ପୂର୍ବତନ ଆଇନ୍ ଅଧିକାରୀ ଭିକାରୀ ଚରଣ ରାଉତ, ପୂର୍ବତନ ସହକାରୀ ବନ ସଂରକ୍ଷକ (ପରିବେଶବିତ୍) ଉପେନ୍ଦ୍ର କୁମାର ରାଉତ,ଆଶା ସ୍ବେଚ୍ଛାସେବୀ ସଙ୍ଗଠନ ର ମୁଖ୍ଯ ଶ୍ରୀ ରଘୁନାଥ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ପନ୍ଥା ଉପରେ ଆଲୋଚନା କରିଥିଲେ।

ସମସ୍ତ ପରାମର୍ଶଦାତା ବିଭିନ୍ନ ନିଯୁକ୍ତି, ଯଥା ଭାରତୀୟ ପ୍ରଶାସନ ଅଧିକାରୀ, ଓଡ଼ିଶା ପ୍ରଶାସନିକ ଅଧିକାରୀ, ଡାକ୍ତର, ଓକିଲ,ଜଜ୍, ଶିକ୍ଷକ, ଯନ୍ତ୍ରୀ,ଓ ବିଭିନ୍ନ ବିଭଗ ରେ କାର୍ଯ୍ୟ କରିବାକୁ ସେହିଦିଗ ପାଇଁ କ’ଣ ଆବଶ୍ୟକ, ତାହା ଉପରେ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ପାଇଁ ଆଜି ର କାର୍ଯ୍ୟକ୍ରମ ଉତ୍ସାହଜନକ ହୋଇ ପାରିଥିଲା।