ମହାରାଷ୍ଟ୍ରରେ ବଢୁଛି କୋଭିଡ୍‌ ସଂକ୍ରମଣ

ମୁମ୍ବାଇ, ୨୮ା୩: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ମୁମ୍ବାଇର କେତେକ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍‌ ଓ୍ବାର୍ଡ ଖୋଲାଯାଇଛି। ଏପରିକି ହସ୍ପିଟାଲରେ ମାସ୍କ ବ୍ୟବହାର ଏବଂ କୋଭିଡ୍‌ ପରୀକ୍ଷା ବଢ଼ାଇ ଦିଆଯାଇଛି। ଶନିବାର ମହାରାଷ୍ଟ୍ରରେ ୪୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ୩୯୭ ମାମଲା ସାମ୍‌ନାକୁ ଆସିଛି। ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୨,୦୦୦ ଅତିକ୍ରମ କରିଛି। ମୁମ୍ବାଇରେ ୧୨୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲୀଲାବତୀ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ପାଇଁ ୧୫ ଶଯ୍ୟା ବିଶିଷ୍ଟ ଓ୍ବାର୍ଡ ସାଙ୍ଗକୁ ଆଇସିୟୁ ବ୍ୟବସ୍ଥା ହୋଇଛି।

Leave a Reply

Your email address will not be published. Required fields are marked *