ଆରମ୍ଭ ହେଲା ସେବାୟତ ପ୍ରିମିୟର ଲିଗ କ୍ରିକେଟ

ପୁରୀ ୧୫/୨ ଆଜି ଠାରୁ ପୁରୀ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆରମ୍ଭ ହୋଇଛି ସେବାୟତ ପ୍ରିମିଅର୍ ଲିଗ୍ କ୍ରିକେଟ।ଶ୍ରୀମନ୍ଦିର ଟ୍ରଫି ନାମରେ ଆୟୋଜିତ ଏହି କ୍ରିଡା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଏହାକୁ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ, ଏସ ପି ବିନୀତ ଅଗ୍ରୱାଲ,ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ସିଡିଏମଓ ଡା ରୂପଭାନୁ ମିଶ୍ର, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସେବାୟତ ସର୍ବଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ତଳୁଛ ନିଳକଣ୍ଠ ମହାପାତ୍ର,ବିନାୟକ ଦାସ ମହାପାତ୍ର, କେଦାର ନାଥ ଖୁଣ୍ଟିଆ, ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡି, ମାଧବ ମହାପାତ୍ର, ଦୂର୍ଗା ଦାସ ମହାପାତ୍ର, ଜଗନ୍ନାଥ କର,ନାରାୟଣ ମହାସୁଆର, ରବିନାରାୟଣ ପ୍ରତିହାରୀ,ଅନନ୍ତ ଦାସ ମହାପାତ୍ର,ପୂର୍ବ ତନ କ୍ରିଡା ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହି କ୍ରିଡାବିତ ଙ୍କୁ ଉତ୍ସାହିତ କରି ଥିଲେ।ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ କାର୍ଯ୍ୟ ପରିଚାଳନା ରେ ସହଯୋଗ ଓ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଂଚାଳନ କରିଥିଲେ।୨୨ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ଦଳକୁ ଟ୍ରଫି ପ୍ରଦାନ କରାଯିବ।ଏହି କ୍ରିଡା ରେ ୧୪ ଟି ଟିମ୍ ସାମିଲ ହୋଇଛନ୍ତି। ଭାଗ ନେଇଛନ୍ତି ୨୨୪ ଜଣ ଶ୍ରୀମନ୍ଦିର ସେବାୟତ ଖେଳାଳି ।ଛତିଶା ନିଯୋଗ ର ୧୪ ନିଯୋଗ ଏହି ଲିଗ୍ ରେ ଭାଗ ନେଇଛନ୍ତି। ଚାମ୍ପିଅନ ଟିମ୍ ପାଇଁ ୨୦ ହଜାର,ରନର୍ସ ଅପ୍ ପାଇଁ ୧୫ ହଜାର,ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଯଥାକ୍ରମେ ୧୦ ହଜାର ଓ ୫ ହଜାର କ୍ୟାସ ପ୍ରାଇଜ୍ ସହ ଟ୍ରଫି ର ବ୍ୟବସ୍ଥା ରଖାଯାଇଛି ।୮ ଦିନ ଧରି ଚାଲିବାକୁ ଥିବାଏହି ଲିଗ୍ ଦିବାରାତ୍ର ବିଶିଷ୍ଟ କରାଯାଇଛି ।ପ୍ରତ୍ୟେକ ଲିଗ୍ ମ୍ୟାଚ୍ ୧୫ ଓଭର୍ ବିଶିଷ୍ଟ ଓ ସେମି ଫାଇନାଲ ଫାଇନାଲ ମ୍ୟାଚ ୨୦ ଓଭର ବିଶିଷ୍ଟ କରାଯାଇଛି ।