ଟ୍ରେନ କୁ ପଥର ଫିଙ୍ଗି ଦୁଇ ଗିରଫ

|:ଟ୍ରେନ କୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦୁଇ ଜଣଙ୍କୁ ଗିରଫ କରିଛି | ଗତ ୬ ତାରିଖ ସାନ୍ଧ୍ୟ ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଳୁରୁ ଏକ୍ସପ୍ରେସ କୁ ପଥର ଫିଙ୍ଗିବା ଅଭିଯୋଗରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେଳବାଇ ସୁରକ୍ଷା ବଳ ଦ୍ୱାରା ତ୍ୱରିତ ପଦକ୍ଷେପ ନିଆଯାଇ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଅଛି | ଯାତ୍ରୀ ଏବଂ ରେଲୱେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପଥର ଫିଙ୍ଗିବା ଜନିତ ବିପଦ ଖବର ପାଇବା ପରେ ରେଳବାଇ ସୁରକ୍ଷା ବଳ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା | ଟ୍ରେନ୍ ର ଟିକେଟ୍ ପରୀକ୍ଷକ (ଟିଟିଇ) ସହିତ ଯାତ୍ରୀ ମାନଙ୍କ ସହିତ ସମନ୍ୱୟ ରଖି ରେଳବାଇ ସୁରକ୍ଷା ବଳ ଘଟଣାର ସଠିକ ସ୍ଥାନ ଅନୁସନ୍ଧାନ କରିବା ପରେ ସେହି ସ୍ଥାନକୁ ନିରୀକ୍ଷଣ କରିଥିଲା ଯାହାକି ପୂର୍ବତଟ ରେଳପଥର ହାଓଡ଼ା-ଚେନ୍ନାଇ ମୁଖ୍ୟ ମାର୍ଗର ଖୋର୍ଦ୍ଧା ରୋଡ଼-ବାଲୁଗାଁ ରେଳ ସେକ୍ସନର ଗୋଲାବାଇ ଓ ନିରାକାରପୁର ମଧ୍ୟରେ ଘଟିଥିଲା |ରେଳବାଇ ସୁରକ୍ଷା ବଳର ଏକ ଦଳ ଚିହ୍ନଟ ହୋଇଥିବା କ୍ଷେତ୍ରକୁ ଯାଇ ନିରୀଖନ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି | ଏହି ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗ୍ରାମର ରମେଶ ମଝି, ବୟସ ୩୮ ବର୍ଷ ଓ ନକୂଳପଟାନା ଗ୍ରାମର ସଦାଶିବ ପ୍ରଧାନ, ବୟସ ୩୩ ବର୍ଷ | ରେଳ ଟ୍ରାକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ନିଶାଗ୍ରସ୍ତ ହୋଇ ଦୀର୍ଘସମୟ ଧରି ଏହି ଦୁଇଜଣ ବସିରହିଥିଲେ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଟ୍ରେନ ଯାତାୟାତ ସମୟରେ କୌଣସି ଟ୍ରେନ କୁ ପଥର ଫିଙ୍ଗିଛନ୍ତିବୋଲି ସ୍ୱୀକାର କରିଥିଲେ |ରେଳ ଆଖପାଖରେ ସେମାନଙ୍କ ଦୀର୍ଘ ସମୟ ଉପସ୍ଥିତି ପାଇଁ ପ୍ରଶ୍ନ କରାଯିବାରୁ ଉଭୟ ଅପରାଧୀ ସନ୍ତୋଷଜନକ ଉତ୍ତର ପ୍ରଦାନ କରିବାରେ ବିଫଳ ହୋଇଥିଲେ ଏବଂ ମଦ୍ୟପାନର ପ୍ରଭାବକୁ ଦର୍ଶାଇ ସେମାନେ ସେମାନଙ୍କର କାର୍ଯ୍ୟକୁ ସ୍ୱୀକାର କରିଥିଲେ |ରେଲୱେ ସୁରକ୍ଷା ବଳ ଉକ୍ତ ଦୁଇଜଣଙ୍କ ନାମରେ ରେଳ ଅଧିନିୟମ ଧାରା ଅନୁଯାୟୀ କେସ ରୁଜୁ କରିଛନ୍ତି |ରେଳ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷା ବଳ ନିରନ୍ତର ଭାବେ ସୁରକ୍ଷା ସୁନିଶ୍ଚିତ କରିବାର ପ୍ରତିବଦ୍ଧତାକୁ ଗ୍ରହଣ କରିଆସୁଅଛି | ଏହିପରି କାର୍ଯ୍ୟଗୁଡିକୁ କୌଣସି ପ୍ରକାରରେ ପ୍ରଶୟ ଦିଆନଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଅଛି |

Leave a Reply

Your email address will not be published. Required fields are marked *