ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ । ନଦୀକୂଳବାସୀଙ୍କୁ ସତର୍କ ରହିବା ନେଇ ସୂଚନା

ତାଳଚେର ସହର – ତାଳଚେର ବନାଞ୍ଚଳ ଅଧିନସ୍ଥ ସିରିଗିଡା ଗ୍ରାମ ପାଖ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଏକ କୁମ୍ଭୀର ବୁଲୁଥିବାର ଦୃଶ୍ୟ ସେହି ଗ୍ରାମର ଜଣେ ଯୁବକ ତାଙ୍କ ମୋବାଇଲରେ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ଭିଡିଓ ଦେଖିବା ପରେ ତାଳଚେର ବନାଞ୍ଚଳ ଅଧିକାରୀ ରିତା ରାଣୀ ସେଠୀଙ୍କୁ ସକାଳ ଖବର କାଗଜ ସାମ୍ବାଦିକ ଦୁର୍ଗା ପ୍ରସାଦ ସ୍ୱାଇଁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ବନାଞ୍ଚଳ ଅଧିକାରୀ ସିରିଗିଡା ଗ୍ରାମରେ ଥିବା ବନ କର୍ମଚାରୀଙ୍କୁ ପଚାରି ବୁଝିବାରୁ ଘଟଣାଟି ସତ ବୋଲି ଜଣା ପଡିଥିଲା । ନଦୀରେ ଅପରପକ୍ଷ ବସୁଲେଇ ଅଞ୍ଚଳଟି , ମହାବୀରରୋଡ ବନାଞ୍ଚଳ ଅଧିନସ୍ଥ ହୋଇଥିବା ବେଳେ ସେଠାକାର ବନାଞ୍ଚଳ ଅଧିକାରୀ ହରେଶ ଚନ୍ଦ୍ର କିଶାନଙ୍କୁ ଆମ ପ୍ରତିନିଧି ନଦୀରେ କୁମ୍ଭୀର ଥିବା ନେଇ ସୂଚନା ଦେଇଥିଲେ । ଖବର ପାଇବା ପରେ ଅଞ୍ଚଳର ଲୋକଙ୍କୁ ସତର୍କ କରିବା ନିମନ୍ତେ ଉଭୟ ବାନାଞ୍ଚଳର ଅଧିକାରୀ ଏବଂ କର୍ମଚାରୀ କୁମ୍ଭୀର ଦେଖାଯାଇଥିବା ସ୍ଥାନକୁ ଯାଇଥିବା ନେଇ ସକାଳ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ମାଛ ଧରିବା ଉଦ୍ଦେଶ୍ୟରେ ବ୍ରାହ୍ମଣୀରେ ତୁହାକୁ ତୁହା ବିସ୍ଫୋରଣ ହେଉଥିବା ବେଳେ କୁମ୍ଭୀର ଜୀବନ ପ୍ରତି ବିପଦ ଥିବା ଆଶଙ୍କାକୁ ଦୂରେଇ ଦିଆଯାଇ ନ ପାରେ ତେଣୁ ସମଲ ଵ୍ୟାରେଜ୍ ଠାରୁ ଆରମ୍ଭ କରି ନଦୀ କୁଳ ଅଞ୍ଚଳ ନିକଟସ୍ଥ ଥାନା ଅଧିକାରୀ ମାନେ ନଦୀରେ ଯେପରି ବିସ୍ଫୋରଣ ନହେବ ସେ ଦିଗରେ ପଦକ୍ଷେପ ନେବାପାଇଁ ଦାବୀ ହୋଇଛି ।
Report – Uttam Das