ଅଦିନିଆ ବର୍ଷାରେ ଚାଷ ଜମିରେ ଭାସୁଛି ଏକର ଏକର ଧାନ ଫସଲ

ଅଦିନିଆ ବର୍ଷାରେ ଚାଷ ଜମିରେ ଭାସୁଛି ଏକର ଏକର ଧାନ ଫସଲ। ଋଣ ପରିଷୋଧ ଚିନ୍ତାରେ ଏବେ ଚାଷି। ବେହାଲ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର । ବିଲରେ ପଡିଛି ପାଚିଲା ଧାନ, । ଅମଳ ସମୟ ହୋଇଥିଲାେ ମଧ୍ୟ ଅଦିନିଆ ବର୍ଷା ଯୋଗୁ ଏକର ଏକର ଧାନ ଫସଲ ପାଣିରେ ଭାସୁଛି। ଦିନେ ଦୁଇ ଦିନ ମଧ୍ୟରେ ଧାନ କାଟି ଘରକୁ ଆଣିବାକୁ ଚାଷୀ ସଜବାଜ ହେଉଥିବା ବେଳେ ଆଜି ଅଦିନିଆ ବର୍ଷା ସବୁକିଛି ଉଜାଡ଼ି ଦେଇଛି। କେଉଁଠି ଧାନ କଟା ହୋଇ ବିଲରେ ପଡ଼ିଛି ତ ଆଉ କେଉଁଠି ଖଳାରେ। କେତେକ ସ୍ଥାନରେ କଟା ଅପେକ୍ଷାରେ ଛିଡ଼ା ହୋଇରହିଛି ଧାନ କେଣ୍ଡା। ଦୁଇ ଦିନ ହେଲା ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଚାଷିକୁଳ ହତାସ ହୋଇ ଚିନ୍ତାରେ ପଡିଯାଇଛନ୍ତି।ଧାର କରଜ କରି ଚାଷ କରିଥିବା ଚାଷି ଏବେ କିପରି ଋଣ ପରିଷୋଧ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି। ଏପଟେ ପାଣିରେ ଭିଜିଯାଇଥିବା ଧନ ଗୁଡିକର କିପରି ମଣ୍ଡିରେ ବିକ୍ରିହେବ ଏବଂ ତାହା ପୁଣି FQ ମାନର ଧାନ ହେବ ଚାଷିଙ୍କ ମୁଣ୍ଡବିନ୍ଧର କାରଣ ସାଜିଛି। FQ ମାନ ଧାନରେ କୋହଳ କରିବାକୁ ଦାବି କରିଛନ୍ତି ଚାଷି।

Leave a Reply

Your email address will not be published. Required fields are marked *