ଧାନ ପରେ ଉଜୁଡ଼ିଲା ମୁଗ ଫସଲ
ଧାନ ପରେ ଉଜୁଡ଼ିଲା ମୁଗ ଫସଲକୃଷି ଋଣ ଛାଡ ସହ ବିହନ ଯୋଗାଣ ପାଇଁ ଦାବୀଧରାକୋଟ:-୨୨/୧୨ ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ସାଂଗକୁ କୋହଲା ପବନ ରେ ନେଇ ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ର ଏକର ଏକର ଜମିରେ ପାଣି ଜମିରହିଛି । ଏହାକୁ ନେଇ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି ।ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ଖରିଫ ଋତୁର ଧାନ ଫସଲ ବିଳମ୍ବ ରେ ଆରମ୍ଭ ହୋଇଥିଲା। ବନ୍ଧ ଗାଡିଆ ଶୁଖିଲା ପଡିଥିବା ଯୋଗୁଁ ଜେନ ତେନ ପ୍ରକାରେ ନିଜସ୍ଵ ଉଦ୍ୟମରେ ଖର୍ଚ୍ଚାନ୍ତ ହୋଇ ଚାଷୀ କୂଳ ଖରିଫ ଋତୁର ଧାନ ଫସଲ ଉଠିଆ କରିଥିଲେ । ହେଲେ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଧାନ ଫସଲ ଉପରେ ପଡ଼ିଥିଲା । ବିଲରେ ପାଣି ଜମି ରହିଥିବା ଯୋଗୁଁ ସମ୍ପ୍ରତି ଚାଷୀ ମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ବିଲରେ କଳେଇ ପଡ଼ିଥିବା ଫସଲ ଅମଳ ପାଇଁ ଲାଗି ପଡ଼ିଛନ୍ତି । ଅନ୍ୟ କିଛି ଚାଷୀ ଧାନ ଖଳା ଓ ରାସ୍ତା ପାର୍ଶ୍ବରେ କଟା ଧାନ ଗଦେଇ ରଖିଛନ୍ତି । ତାହା ମଧ୍ୟ ବର୍ଷରେ ଭିଜି ଯାଇଥିବାରୁ ତାକୁ ସୁଖାଇବାରେ ଲାଗି ପଡ଼ିଛନ୍ତି। ଅନ୍ୟ ପଟରେ ଝିପି ଝିପି ବର୍ଷା ଯୋଗୁଁ ମୁଗ ବିଲରେ ପାଣି ଜମି ରହିଥିବାରୁ ମୁଗ ଫସଲ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି। ଏଣୁ ଚାଷୀ ମାନେ ମୁଗ ବିଲରୁ ପାଣି ନିଷ୍କାସନ ପାଇଁ ଲାଗି ପଡ଼ିଛନ୍ତି। ଗୋଟିଏ ପଟେ ବିଲରେ ଧାନ ଗଜା ହେବାକୁ ବସିଥିବା ବେଳେ ଅନ୍ୟ ପଟରେ ପାଗି ଥିବା ମୁଗ ଜମିରେ ପାଣି ଭାସୁଛି । ଏଣୁ ଚଳିତ ବର୍ଷ ଚାଷୀର ମେରୁଦଣ୍ଡ ଦୋହଲି ଜିବାସହ ଚାଷୀ କୂଳ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ଯାଉଛନ୍ତି । ଏଣୁ ସରକାର ତୁରନ୍ତ ରାଜସ୍ବ ବିଭାଗ କର୍ମଚାରୀ ଓ ସଟଲାଇଟ ସର୍ଭେ କରି ଚାଷୀ ମାନଙ୍କର କୃଷି ଋଣ ସମ୍ପୂର୍ଣ ଛାଡ କରିବା ସହ ମାଗଣା ବିହନ ଓ ଆର୍ଥିକ ସହାୟତା ପ୍ରଦାନ ପାଇଁ ଧରାକୋଟ ବ୍ଲକ ଅଞ୍ଚଳର ଚାଷୀ ମାନେ ଦାବି କରିଛନ୍ତି । ସମ୍ପ୍ରତି ଯୋଗାଣ ବିଭାଗ ପକ୍ଷରୁ ଏଫ୍ ଏ କିଉ ମାନର ଧାନ ମଣ୍ଡିରେ ଦେବାପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସେଥିରେ ବାଧା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ଗୋଟିଏ ପଟେ ଉଜୁଡ଼ିବା ଫସଲ ସାଉଁଟିବା ରେ ଚାଷୀ ବ୍ୟସ୍ତ ଥିବା ବେଳେ ଏଫ୍ ଏ କିକ୍ୟୁ ମାନର ଧାନ ମଣ୍ଡିରେ ନଦେଲେ ସରକାରଙ୍କ ପକ୍ଷରୁ ଘୋଷିତ ୩୧୦୦ ଟଙ୍କା କ୍ଵିଣ୍ଟାଲ ପିଛା ମିଳିବ ନାହିଁ ଅନ୍ୟ ପଟରେ ସଫା ଓ ମାନଯୁକ୍ତ ଧାନ ନଦେଲେ ତାକୁ ମଣ୍ଡିରେ ଗ୍ରହଣ କରା ନ ଯିବାକୁ ସ୍ଥିର ହୋଇଥିବାରୁ ଚାଷୀର ଚିନ୍ତା ଦୁଇଗୁଣ ବଢ଼ି ଯାଇଛି । ଏଣୁ ସରକାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ସହ ଏଫ୍ ଏ କିଉ ମାନର କୋହଳ କରିବା ପାଇଁ ଚାଷୀ ମାନେ ଦାବୀ କରିଛନ୍ତି।