ଅଦିନିଆ ବର୍ଷାରେ କ୍ଷୟକ୍ଷତି

ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷ ଜମି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବ୍ରହ୍ମପୁର :-୨୨/୧୨ ()ଅଦିନିଆ ବର୍ଷା ଉଜାଡିଦେଲା ଧାନ। ଚାଷ ଜମିରେ ଏବେ ଆଣ୍ଠୁଏ ଲେଖାଏଁ ପାଣି । କଟା ଯାଇଥିବା ଧାନ ଏବେ ପାଣିରେ ଭାସୁଛି । ଚାଷୀର ବର୍ଷକର ଭରସା ଏବେ ତିନି ଦିନିଆ ଲଗାଣ ବର୍ଷା ଭାଙ୍ଗିଦେଇଛି । ଏଭଳି ସ୍ଥିତିରେ ଗଞ୍ଜାମର ବିଭିନ୍ନ ଅଞ୍ଚଳ ବୁଲି ଚାଷ ଜମିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।ଯେଉଁ ସମୟରେ ଚାଷୀ ତାର‌ ଅମଳ ଧାନକୁ କାଟି ମଣ୍ଡିରେ ନେଇ ବିକ୍ରି କରିଥାନ୍ତା ସେହି ସମୟରେ ଧାନ ବିଲରେ ବର୍ଷା ପାଣିରେ ବୁଡି ରହିଛି ଅମଳ ହୋଇଥିବା ଏକର ଏକର ଧାନ । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ଚାଷୀ ଏବେ ଚିନ୍ତାରେ । ଗଞ୍ଜାମରେ ୨୩ ତାରିଖରୁ ଧାନ ମଣ୍ଡିରେ ବିକ୍ରି ହେବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଧାନ ଅମଳ କିପରି ହେବ ସେନେଇ ଚିନ୍ତାରେ ଚାଷୀ । ସେପଟେ ବର୍ଷା ପାଣିରେ ବୁଡି ରହିବା ଯୋଗୁଁ ଧାନର ଏଫ ଏ କ୍ଯୁ ମାନରେ କମିପାରେ । ସରକାର ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ଘୋଷଣା କରିଥିବା ବେଳେ ଏଫ ଏ କ୍ଯୁ ମାନ କମିଲେ ସେହି ମୂଲ୍ୟରେ ଧାନ ବିକ୍ରି ହେବ କି ନାହିଁ ସେନେଇ ମଧ୍ୟ ଚାଷୀ ଚିନ୍ତାରେଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳନ୍ଥରା, କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଧାନ ବିଲର ସ୍ଥିତି ଦେଖିଛନ୍ତି ମନ୍ତ୍ରୀ। ଏଥିସହ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ମନ୍ତ୍ରୀଙ୍କ ସହ କନିଷି ତହସିଲଦାର କବିରାଜ ପ୍ରଧାନ, କୃଷି ଅଧିକାରୀ ଶୁଭଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ରହି ଚାଷ ଜମି ଅନୁଧ୍ୟାନ କରିଛନ୍ତି । ଏହି ଅଞ୍ଚଳରେ ଚାଷୀମାନଙ୍କର ହୋଇଥିବା କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଆଉମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି । ସରକାର ମଧ୍ୟ ଚାଷୀଙ୍କ ପାଇଁ ସମ୍ବେଦନଶୀଳ ଅଛନ୍ତି।

Leave a Reply

Your email address will not be published. Required fields are marked *