ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳିବେ ସିଏସ୍‌କେ-ଜିଟି

ଆଇପିଏଲ ୨୦୨୩ର ୧୬ ତମ ସିଜନରେ ମଙ୍ଗଳବାରଠାରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ତେବେ ଏହି ସିଜନର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ଭେଟିବ ଗୁଜୁରାଟ ଟାଇଟାନ୍ସ (ଜିଟି)। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଖେଳାଯିବ।

ପ୍ରଥମ କ୍ୱାଲିଫାୟାରର ବିଜେତା ଦଳ ସିଧାସଳଖ ଫାଇନାଲକୁ ଯିବ, ତେବେ ହାରିଥିବା ଦଳ ଏଲିମିନେଟର ମ୍ୟାଚର ବିଜେତା ଦଳ ସହିତ ଦ୍ୱିତୀୟ କ୍ୱାଲିଫାୟର ଖେଳିବ। ଲିଗ ପର୍ଯ୍ୟାୟରେ ଗୁଜୁରାଟ ଏବଂ ଚେନ୍ନାଇ ମଧ୍ୟରେ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିଲା, ଯାହା ଗୁଜୁରାଟ ପାଞ୍ଚ ଉଇକେଟରେ ଜିତିଥିଲା। ଏଭଳି ପରିସ୍ଥିତିରେ ଘରୋଇ ଷ୍ଟାଡିୟମରେ ଚେନ୍ନାଇ ଦଳ ବିଜୟ ଆଶା ରଖିଛି।

Leave a Reply

Your email address will not be published. Required fields are marked *