ସଂସ୍କୃତି ଚେତନା ଭିତ୍ତିକ ଆଲୋଚନା ଚକ୍ର

ପୁରୀ- ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହଭାଗିତାରେ, ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ ଓ ଗଙ୍ଗାଧର ମିଶ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ‘ବିଶ୍ୱଜନଜୀବନରେ ଶ୍ରୀଜଗନ୍ନାଥ ଚେତନା, ସଂସ୍କୃତି ଓ ରଥଯାତ୍ରା’ ର ପ୍ରଭାବ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଅମରନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଆଲୋଚନା ଚକ୍ରରେ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନାର ଆଧାର ହେଉଛି ବିଶ୍ଵଭ୍ରାତୃତ୍ଵ, ଉଦାରତା ଓ ବିଶ୍ଵପ୍ରାଣତା । ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ହେଉଛି ମାନବବାଦର ମହାମିଳନ ପର୍ବ । ଶ୍ରୀଜଗନ୍ନାଥ ଜଗନ୍ନାଥଙ୍କ ରଥଯାତ୍ରା ଏବେ ବିଶ୍ବବ୍ୟାପକ ହେବା ସହିତ ଓ ସଭିଙ୍କ ଆଦର ଲାଭ କରିପାରିଛି । ରିଛି । ବର୍ଷ, นศ์, ଗୋଷ୍ଠୀ ଓ ସଂପ୍ରଦାୟ ନିର୍ବିଶେଷରେ ସଭିଏଁ ରଥଯାତ୍ରାରେ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଏକାଠି ହୋଇ ଦାରୁବ୍ରହ୍ମମାନଙ୍କୁ ଦର୍ଶନ କରି ଅପାର ଆନନ୍ଦ ଲାଭ କରନ୍ତି । ମୁଖ୍ୟ ଆଲୋଚକ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର ଯୋଗଦେଇ ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି, ପର୍ବପର୍ବାଣି, ଯାନିଯାତ୍ରା, ବେଶଭୂଷା ମାନବଧର୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବତା ହୋଇ ବି ମାନବୀୟ ଜୀବନଯାପନ ଭଳି ରଥଯାତ୍ରାରେ ବିଶ୍ଵମାନ ସମାଜକୁ ଦର୍ଶନ ଦେଇ ଅପାର ଆନନ୍ଦ ଲାଭ କରନ୍ତି ତାହା ବର୍ଣନା କରିଥିଲେ ।ସମ୍ମାନନୀୟ ଅତିଥି ଭାବେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଭଗବାନ ସୁଆର, ସାହିତ୍ୟିକ ବାହାଦୂର ପାଟସାହାଣୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଂସ୍କୃତି ପରିଷଦ ସଭାପତି ସଦାଶିବ ଆଲୋଚନାର ଆଭିମୁଖ୍ୟ ଆଲୋକପାତ କରିଥିବା ବେଳେ ଆବାହକ କୃଷ୍ଣଚନ୍ଦ୍ର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ, ସଭାପତି ଅମରନାଥ ମିଶ୍ର ସମସ୍ତଙ୍କୁ ସ୍ଵାଗତ କରିଥିଲେ ।ପ୍ରଥମ ଅଧ୍ ଧୂବେଶନରେ ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ଗବେଷକ ତଥା ପ୍ରାବନ୍ଧିକ ଡ. ଦିଲ୍ଲୀପ କୁମାର ସେନାପତି, ଅଧ୍ୟାପକ ଅଶୋକ କୁମାର ମିଶ୍ର, ଆଡ଼ଭୋକେଟ ପୂର୍ଣଚନ୍ଦ୍ର ଦାସ, ଡ. ବଳରାମ ମ ଦାଶ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଶ୍ରୀ ଦେବୀଦତ୍ତ ବିଶ୍ୱଜୀବନ ମିଶ୍ର ଆଲୋଚ୍ୟ ବିଷୟରେ ସନ୍ଦର୍ଭ ପାଠ କରିଥିଲେ । ଏହି ଅବସରରେ ‘ସୁଲେଖା’ର ୪୫ବର୍ଷ ରଥଯାତ୍ରା ସଂଖ୍ୟାକୁ ମୁଖ୍ୟଅତିଥି ଲୋକାର୍ପଣ କରିଥିଲେ ଓ ପ୍ରାବନ୍ଧିକମାନ ମାନଙ୍କୁ ପ୍ରଶଂସାପତ୍ର ଓ ଉପହାର ପ୍ରଦାନ କରିଥିଲେ । ଆଲୋଚନା ଚକ୍ର ଆୟୋଜନରେ ବିଜୟଲକ୍ଷ୍ମୀ ସାହୁ, ଅଧ୍ୟାପକ ଭାରତୀ ଭୂଷଣ ଦାସ, ସୁରେଶ ପଟ୍ଟନାୟକ, ଲକ୍ଷ୍ମୀଧର ଖୁଣ୍ଟିଆ, କ୍ରିଷ୍ଣା ମହାପାତ୍ର ପାତ୍ର ଓ ଅନାମ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଶେଷରେ ରବୀନ୍ଦ୍ର ନାଥ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।