ଶ୍ରୀକୃଷ୍ଣ ଏକାଡେ଼ମୀ ର ପ୍ଲାଟିନମ ଜୁବିଲି ପାଳନ ନିମନ୍ତେ ସାଂସ୍କୃତିକ ଶୋଭାଯାତ୍ରା

ଜଗତସିଂହପୁର ସଦର ସ୍ଥିତ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେ଼ମୀର ପ୍ଲାଟିନମ ଜୁବିଲି ପାଳନ ଅବସରରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ଶୋଭାଯାତ୍ରା ଶ୍ରୀକୃଷ୍ଣ ଏକାଡେମୀରୁ ବାହାରି ସହର ପରିକ୍ରମା କରିଥିଲା ।ଏହି ଶୋଭାଯାତ୍ରାରେ ପ୍ଲାଟିନମ ଜୁବୁଲିର ସଭାପତି ତଥା ନାଇଜରର କୁଳପତି ଡକ୍ଟର ଅଭୟ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୁରାତନ ଛାତ୍ର ବିପ୍ଳବ ଚୌଧୁରୀଙ୍କ ସମେତ ୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନଭେମ୍ବର ୨୫,୨୬ ଓ ୨୭ ତିନି ଦିନ ଧରି ପାଳନ ହେବାକୁ ଥିବା କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦ୍ଘାଟନ କରିବେ ।

ଜଗତସିଂହପୁର ରୁ rita ସାହୁ reporter

Leave a Reply

Your email address will not be published. Required fields are marked *