ଶ୍ରୀ ଶ୍ରୀ ମାଉସୀ ମା ଗୁଣ୍ଡିଚା ମନ୍ଦିର ନୂଆଗଡ ରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ନୂଆଗଡ ରେ ରଥ ରୁ ଅବତରଣ କରି ମହାପ୍ରଭୁ‌‌ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ମାଉସୀ ମା ମନ୍ଦିର (ଗୁଣ୍ଡିଚା ମନ୍ଦିର) ରେ ଅବସ୍ଥାନ କରିଛନ୍ତି। ପ୍ରବଳ ଜନସମାଗମ ମଧ୍ୟରେ ହରିବୋଲ ହୁଳହୁଳି ଶଙ୍ଖ ନାଦ ଘଣ୍ଟନାଦ ରେ ପ୍ରଭୁ ଙ୍କୁ ବିଭିନ୍ନ ଫଳ ମିଠା, ପିଠା ଅର୍ପଣ କରାଯାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଅଛି। ସଙ୍ଗୀତ ନାଦ ବ୍ରହ୍ମ ଯାଜପୁର ଓ ସ୍ଥାନୀୟ କଳାକାର ଙ୍କ ଦ୍ବାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପରିଚାଳନା ର‌ ଦାୟିତ୍ୱ ତୁଲାଇଥିଲେ ଅମୂଲ୍ୟ ମହାପାତ୍ର, ଉତ୍ତମ କୁମାର ସାମନ୍ତ,ମିହୀର ଧୀର,ଦିଲ୍ଲୀପ ସ୍ବାଇଁ,ନିହାର ଧୀର ସନ୍ତୋଷ ଜେନା ସଙ୍କେତ ମହାନ୍ତି,ମାନସ ସାମନ୍ତ,ସୁନୀଲ ସିଂ ଦାସ, ପ୍ରିତମ ସାମନ୍ତ ଓ ଅସିତ ସାମନ୍ତ। ସମସ୍ତ କଳାକାର ଙ୍କ ଭଜନ ପରିବେଷଣ ମନୋମୁଗ୍ଧକର ହୋଇଥିଲା।

Leave a Reply

Your email address will not be published. Required fields are marked *