ଘନ ଘନ ବିଜୁଳୀ କାଟ

ଘନ ଘନ ବିଜୁଳୀ କାଟ, ୨୦୦ ୟୁନିଟ ବିଜୁଳି ମାଗଣା ଯୋଗାଅ ଦାବିରେ ସିପିଏମ୍ ର ବିକ୍ଷୋଭବ୍ରହ୍ମପୁର – ଘନ ଘନ ବିଜୁଳି କାଟ ବନ୍ଦ କର,1912 ଅଭିଯୋଗ ଗ୍ରହଣ ନମ୍ବରକୁ କାର୍ଯ୍ୟ କ୍ଷମ କର ଓ 200 ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦିଅ ଦାବୀରେ ସିପିଏମ ପକ୍ଷରୁ TPSODL କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ।ସିପିଏମ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଉପରୋକ୍ତ ଦାବୀରେ ରାଜ୍ୟବ୍ୟାପୀ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିବାଦ କାର୍ଯ୍ୟକ୍ରମ ନିଆଯାଇଛି।ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ଆୟୋଜିତ ବିକ୍ଷୋଭ ସଭାରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବ୍ରହ୍ମପୁର ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ,ଗୋକୁଳ ତ୍ରିପାଠୀ, କେଶବ ଗୌଡ଼, ହରି ନାହାକ, ଚିଟି ବାବୁ, ରଂଜନ ପାତ୍ର ,ଲୋକନାଥ ଖୁଣ୍ଟିଆ,ଶ୍ରୀନିବାସ ଦାସ, ପୁରୁଷୋତ୍ତମ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।ଶେଷରେ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ତିନି ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରି ଆଲୋଚନା କରିଥିଲେ।