ସାଇବର ସଚେତନତା ରଥ ପରିକ୍ରମା

କନ୍ଧମାଳ ଜିଲ୍ଲା ପୋଲିସ ତରଫରୁ ସାଇବର ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ପଞ୍ଚାୟତ ଅଞ୍ଚଳ ବୁଲି ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ସଚେତନତା ଅଭିଯାନ ଜାରି ରଖିଛି। ଆଜି ସାଇବର ସୁରକ୍ଷା ରଥ ରାଇକିଆ ଠାରେ ପହଞ୍ଚିବା ପରେ ରାଇକିଆ ଜନସାଧାରଣ ଛାତ୍ରଛାତ୍ରୀ ଚୂନପଲ୍ଲୀ ଠାରେ ସ୍ଵାଗତ କରିଥିବା ଦେଖିବାକୁ ମିଳିଛି । ଏକ ବିଶାଳ ଶୋଭାଯାତ୍ରାରେ ସାଇବର ସୁରକ୍ଷା ରଥକୁ ସହର ସାରା ପରିକ୍ରମା କରିବା ପରେ ପ୍ରଥମେ ରାଇକିଆ ବସଷ୍ଟାଣ୍ଡ ତାହା ପରେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ରଥରେ ପ୍ରଦର୍ଶିତ ହେଉଥିବା ସଚେତନତା ବାର୍ତ୍ତାକୁ ଜନସାଧାରଣ ଦେଖି ସାଇବର ଠକେଇ ସମ୍ପର୍କରେ ସଚେତନ ହୋଇପାରୁଛନ୍ତି । ଡିଏସପି ହୃଷୀକେଶ ନାୟକଙ୍କ ନେତୃତ୍ଵରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ସାଇବର ଥାନା ଆଇଆଇସି ତରୁଣ ତପନ ବେହେରା ଏଥିରେ ସହଯୋଗ କରୁଛନ୍ତି । ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଆୟୋଜିତ ସଭାରେ ରାଇକିଆ ବିଡିଓ ଶରତ ଚନ୍ଦ୍ର ପାତ୍ର , ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ରାଇକିଆ ଥାନା ଏସଆଇ ଅଶୋକ ତ୍ରିପାଠୀ , ଜୀବନ ଜ୍ୟୋତି ମହାବିଦ୍ୟାଳୟ ସଭାପତି ରାଜମୋହନ ଦିଗାଳ, ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ସଚେତନ କରିଥିଲେ ।
ରିପୋର୍ଟ : ନୃସିଂହ ଚରଣ ଦାଶ,ରାଇକିଆ