ବାଲୁଗାଁ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାଇବର ସଚେତନତା କାର୍ଯ୍ୟକ୍ରମର ବାଲୁଗାଁ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମହାବିଦ୍ୟାଳୟର ବରିଷ୍ଟ ଶିକ୍ଷାବିଦ୍ ତଥା ଅଧ୍ୟାପକ ଡକ୍ଟର କୈଳାଶ ମହାରଣା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ପ୍ରଦୀପ ପ୍ରଯୋଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ମୁଖ୍ୟ ଅତିଥିଭାବ ତଥା ମୁଖ୍ୟ ବକ୍ତାଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାଲୁଗାଁ ସୁଭ୍ରାଂଶୁ ଶେଖର ମିଶ୍ର,ସମ୍ନାନିତ ଅତିଥି ଭାବରେ ଆଇଆଇସି ବାଲୁଗାଁ ଶ୍ରୀଯୁକ୍ତ ଜୟ ପ୍ରକାଶ ପରିଡା, ଅନ୍ୟାନ୍ୟ ଅତିଥି ଭାବେ ପ୍ରଭାସ ସୁନ୍ଦରାୟ, ମହାବିଦ୍ୟାଳୟର ପ୍ରିନ୍ସପାଲ କଲ୍ପନା ଦାସ , ଅଧ୍ୟାପକ ତଥ ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୂଖ୍ୟ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଯୋଗ ଦେଇଥିଲେ । କିଭଳି ଭାବରେ ସାଇବର ଅପରାଧରୁ ଦୁରେଇ ରହିବା, କୌଣସି ଅଜଣା ଫୋନ କଲ ଆସିଲେ ଓଟିପି ନଦେବା, ୟୁପିଆଇ ମାଧ୍ୟମରେ କାରବାର କଲେ ସମ୍ପୂର୍ଣ୍ଣ ସଚେତନତା ରହିବା ଭଳି ବିଭିନ୍ନ ଦିଗକୁ ନେଇ ହେଉଥିବା ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରହିବାକୁ ନେଇ ସେ ବିଷୟରେ ଉପସ୍ଥିତ ଥିବା ସମସ୍ତ ସମ୍ନାନିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଇଜ ପ୍ରତିଯୋଗିତା, ଗୀତ ଓ ଡ୍ୟାନ୍ସ ପ୍ରତିଯୋଗୀତା ହୋଇଥିଲା । ଏହି ସାଇବର ଠକେଇ କାର୍ଯ୍ୟକ୍ରମକୁ ନେଇ ବାଲୁଗାଁ ମହାବିଦ୍ୟାଳୟର ଛାତ୍ରଛାତ୍ରିମାନେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ସମାଜସେବୀ ଅଭିଜିତ ବିଶ୍ୱାଳ ଓରଫ ମୁନା ଭାଇ । ଶେଷରେ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *