କୋରାଇ ଥାନା ପକ୍ଷରୁ ସାଇବର ଠକେଇ ଓ ନିଶା ନିବାରଣ ସଚେତନତା

କୋରାଇ ଥାନା ପକ୍ଷରୁ ଆଜି ନୂତନ ଭାବେ ପ୍ରଣୀତ ଆଇନ ସାଇବର ଠକେଇ ଓ ନିଶା ନିବାରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ରଗଡି ସ୍ଥିତ ଯାଜପୁର, ରଗଡି ସ୍ଥିତ ସରକାରୀ ବହୁମୁଖୀ ବୈଷୟିକ ଶିକ୍ଷାନୁଷ୍ଠାନ ରେ ଅନୁଷ୍ଠିତ ହୋଇଛି। କୋରେଇ ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ କୁମାର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଦିନକୁ ଦିନ ସାଇବର ଠକେଇ ବଢୁଥିବା ବେଳେ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ସାଧାରଣ ଲୋକଙ୍କୁ ଠକୁଛନ୍ତି। ଏଥିପାଇଁ ଆମକୁ ଯଥେଷ୍ଟ ସତର୍କ ରହିବାକୁ ପଡିବ। ପୋଲିସ କୁ ସହଯୋଗ କଲେ ଅପରାଧ ହ୍ରାସ ପାଇବ। ଏକ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ହେଲେ ପ୍ରଥମେ ଆମକୁ ନିଶା ସେବନ ଠାରୁ ଦୁରେଇ ରହିବାକୁ ପଡିବ। ନିଶା ପରିବାର ରେ ଅଶାନ୍ତି ସୃଷ୍ଟି କରିବା ସହ ବିପଦ ର କାରଣ ମଧ୍ୟ ହୋଇଥାଏ ବୋଲି କହିଥିଲେ। ଅଧ୍ୟକ୍ଷ ଶୁଭଙ୍ଗ କିଶୋର ଦାସ ତାଙ୍କ ସ୍ୱାଗତ ଭାଷଣରେ ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଯୁବ ସମାଜ ଆମ ଦେଶର ମେରୁଦଣ୍ଡ।ସେମାନେ ନିଶା ସେବନରୁ ନିବୃତ ରହିବା ସହ ଅନ୍ୟ ମାନଙ୍କୁ ଏଥିରୁ ଦୁରେଇ ରହିବା ପାଇଁ କାର୍ଯ୍ୟ କରିଭଲ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏସ.ଆଇ. ବାସୁଦେବ ପରିଡା ଓ ପ୍ରଶାନ୍ତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ପ୍ରଭୁଦତ୍ତ ମିଶ୍ର ଏହାକୁ ପରିଚାଳନା କରିଥିଲେ। ଏହି ଶିବିର ରେ ଏ ଏସ ଆଇ ଉଷାରାଣୀ ଜେନା ଙ୍କ ସମେତ ପୋଲିସ କର୍ମଚାରୀ ଓ ପଲିଟେକ୍ନିକ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କଲେଜର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର