ସାଇବର ଠକେଇର ସଚେତନତା ରଥ

ସାରା ରାଜ୍ୟରେ ବଢି ବଢି ଚାଲିଛି ସାଇବର ଠକେଇ । ଯାହାକୁ ନେଇ ଲୋକେ ଆତଙ୍କିତ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସେହିପରି ଜଗତସିଂହପୁର ଜିଲା ମଧ୍ୟ ସାଇବର ଠକେଇରୁ ବାଦ ପଡି ନଥିବା ବେଳେ ଏହାକୁ ନେଇ ଲୋକ ସଚେତନତା ନିମନ୍ତେ ଅଣ୍ଟା ଭିଡ଼ିଛି ଜିଲା ପ୍ରଶାସନ । ସାଇବର ଠକେଇ କୁ ନେଇ ବଢୁଛି ଚିନ୍ତା । ସଚେତନତା ଅଭାବରୁ ବିଭିନ୍ନ ସମୟରେ ଖାଲି ହୋଇ ଯାଉଛି ଲୋକଙ୍କ ଆକାଉଣ୍ଟ । ଯାହା ଫଳରେ ସାଧାରଣ ଲୋକଟି ନିଜର ଝାଳ ବୁହା ଧନକୁ ହରାଇ ନିରାଶ ହୋଇ ବସୁଛି । ସଚେତନତା ଅଭାବ ସାଙ୍ଗକୁ ନିରକ୍ଷରତା ଅଭାବ ଯୋଗୁଁ ସାଇବର ଠକେଇର ଶିକାର ହେଉଛନ୍ତି ଲୋକେ । ଏହାକୁ ଦୃଷ୍ଟିରେ ରଖି ଜନ ସଚେତନତା ନିମନ୍ତେ ପଦକ୍ଷପ ନେଇଛି ଜଗତସିଂହପୁର ଜିଲା ପ୍ରଶାସନ । ସାରା ରାଜ୍ୟ ସହିତ ଜଗତସିଂହପୁର ଜିଲାରେ ମଧ୍ୟ ଅକ୍ଟୋବର 2 ତାରିଖ ଠାରୁ ସଚେତନତା ରଥ ସବୁଆଡେ ବୁଲି ଲୋକଙ୍କୁ ସଚେତନ କରାଇବ ବୋଲି ଜଗତସିଂହପୁର ଜିଲାପାଳ ଓ ଏସ୍ପି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ
