ସାଇବର ସୁରକ୍ଷା ସଚେତନତା ଅଭିଯାନ

ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଶତାଧିକ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ । ଜଗତସିଂହପୁର ଏସ୍ପି ରାହୁଲ ପି ଆର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ସାଇବର ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରିବା ସହିତ କଲେଜ ଛକ ନିକଟରେ ପହଁଚିବା ସହିତ କଳାକାର ମାନଙ୍କ ଦ୍ୱାରା ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପୋଲିସ ର ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଏହାକୁ ପରିଚାଳନା କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *