କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ସାଇବର୍ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କେସିଙ୍ଗା -02/10/23କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପରିସରରେ ୩୦ ସେପ୍ଟେମ୍ବର ରୁ ଆରମ୍ଭ ୧୫ ଅକ୍ଟୋବର ପର୍ଯ୍ୟନ୍ତ ହୋଇ ଥିବା ସାଇବର ସୁରକ୍ଷା ଅଭିଯାନ ରଥ କେସିଙ୍ଗା ରେ ପହଞ୍ଚିଛି।ଆଜିକାଲି ପ୍ରତିଦିନ ହଜାର ହଜାର ସଂଖ୍ୟା ରେ ଗରିବ ଲୋକ ମାନେ ସାଇବର ଠକେଇ ର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି।ବିଭିନ୍ନ ପ୍ରକାର ରେ ସାଇବର ଠକ ମାନେ ଦିନକୁ ଦିନ ନୂଆ ନୂଆ ପନ୍ଥା ଗ୍ରହଣକରି ଲୋକଙ୍କୁ ଇଆଡୁ ସେଆଡୁ କଥାରେ ଫସାଇ ପଇସା ଠକି ନେଉଥିବା ଉଦାହରଣ ଦେଖିବାକୁ ମିଳୁଛି। କେସିଙ୍ଗା ଏସ ଡି ପି ଓ ରୋହିତ ବର୍ମା ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ,ଏ ବିଡ଼ିଓ ସିଦ୍ଧେଶ୍ୱର ମେହେର,କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ପ୍ରଦୂମ୍ନ ମହାପାତ୍ର ଏବଂ ଜିଲ୍ଲା ସାଇବର ସେଲ ଅଧିକାରିଣୀ ସ୍ନିଗ୍ଧା ରାଣୀ ସୁନା ମଞ୍ଚାସିନ ଥିଲେ। ମଞ୍ଚାଷିନ ଅତିଥି ମାନେ ସାଇବର ଠକ ମାନଙ୍କ ଠାରୁ କିପରି ରକ୍ଷା ପାଇବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇ ଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସହରର ବୁଦ୍ଧିଜୀବୀ,ସ୍ଵୟଂ ସହାୟକ ଗୋଷ୍ଠୀ ର ମା ଭଉଣୀ ମାନେ,ଅଞ୍ଚଳ ର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ସାଇବର କ୍ରାଇମ ଉପରେ ଡାଲଖାଇ ଗୀତ ଓ ନାଚରେ ଷ୍ଟେଜ ଦୁଲୁକାଇ ଦେଇଥିଲେ।ଓ ଶେଷରେ କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାଇବର ସୁରକ୍ଷା ଉପରେ ଏକ ନାଟକ ପରିବେଷଣ କରି ଉପସ୍ଥିତ ଜନସାଧାରଣ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Leave a Reply

Your email address will not be published. Required fields are marked *