୨ ଦିନିଆ ସାଇକେଲ ଚମ୍ପିୟାନସିପ ଉଦଘାଟିତ

ପୁରୀ ଷ୍ଟ୍ରଲିଂ ହୋଟେଲ ନିକଟରେ ୨ ଦିନିଆ ୪୦ ତମ ରୋଡ ସାଇକେଲ ଚାଳନା ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି।ଏଥିରେ ୧୬୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ଓଡିଶା ସାକେଲିଂ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଚମ୍ପିଆନସିପ କୁ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ଉଦଘାଟନ କରି ସାଇକେଲ ଚାଳନା ଦ୍ବାରା ବ୍ୟାୟାମ ସହ ଶରୀର ସୁସ୍ଥ ରହିଥାଏ।ଏହା ଏକ ସୁନ୍ଦର ଓ ଉପଯୋଗୀ ଅଭ୍ୟାସ ହୋଇ ଥିବାରୁ ପ୍ରତ୍ୟେକ ସାଇକେଲ ଚାଳନା ମନସ୍କ ହେବାକୁ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଓଡିଶା ସାଇକେଲ ସଂଘର ସଭାପତି ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର,ସମ୍ପାଦକ ପ୍ରସନ୍ନ କୁମାର ରାଉତ, ବରିଷ୍ଠ ସାଇକେଲ ଚାଳକ ତଥା ଆୟୋଜକ ସୁଶୀଲ କୁମାର ଦାସ, ପର୍ଯ୍ୟବେକ୍ଷକ ପ୍ରଣତି ରାଣୀ ଦାସ ଓ ସଦସ୍ୟ ଅପୂର୍ବ ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ସାଇକେଲ ଚାଳନାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ପ୍ରତିଯୋଗୀ ମାନଙ୍କ ସାଇକେଲ ଚାଳନା କୁ ଅତିଥି ମାନେ ଶୁଭାରମ୍ଭ କରିଥିଲେ।
