ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ

ଅଜଣା ଗାଡି ଧକାରେ ସାଇକେଲ ଆରୋହୀ ମୃତ ଢେ଼ଙ୍କାନାଳ ଲ ଭୁବନ ଥାନା ଅନ୍ତର୍ଗତ ଜାତୀୟରାଜପଥ ୫୩ ନିଳମାଧବ ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣା । ଅଜଣା ଗାଡି ଧକାରେ ସାଇକେଲ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟଇ ଖସିଯାଇଛି ଅଜଣା ଗାଡି । ତେବେ ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଗୋଡିବନ୍ଧ ଗ୍ରାମର ବିଷୁ ଜେନା ବୋଲି ଜଣାପଡିଛି । ତେବେ କିଛି ଦିନ ହେବ ବିଷୁ ନିଜ ସ୍ତ୍ରୀ ଓ ଚାରି ସନ୍ତାନଙ୍କୁ ନେଇ ଶଶୁର ଘର ଭୁବନ ନଟାକଟା କଲୋନୀ ସାହିକୁ ଆସିଥିଲେ । ସେ ଗତକାଲୀ ସନ୍ଧ୍ୟାରେ ଏକ ସାଇକେଲ ଯୋଗେ ଭୁବନରୁ ବଜାର କାମ ସାରି ରାତି ନଅଟା ସମୟରେ ଶଶୁର ଘରକୁ ଫେରୁଥିଲେ । ତେବେ ନିଳମାଧବ ପେଟ୍ରୋଲ ପମ୍ପରୁ ରାସ୍ତା ପାର ହୋଇ ନିଜ ବାମ ପଟରେ ଯାଉଥିବା ସମୟରେ ପଛପଟୁ ଏକ ଅଜଣା ଗାଡି ଚଢାଇ ଚାଲିଯାଇଥିଲା । ତେବେ ଖବର ପାଇ ଆମ୍ବୁଲାନସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ମେଡିକାଲକୁ ନେବା ପରିବର୍ତ୍ତେ ପୋଲିସକୁ ଅପେକ୍ଷା କରିଥିଲେ । ଯାହାଫଳରେକି ମୃତ ଶରୀର ମେଡିକାଲକୁ ନେବା ବିଳମ୍ବ ହୋଇଥିଲା । ତେବେ ଘଟଣାସ୍ଥଳରେ ଶଶୁର ଘର ଲୋକେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ରାସ୍ତା ରୋକ କରିଥିଲେ । ଦୀର୍ଘ୍ୟ ତିନି ଘଣ୍ଟା ରାସ୍ତାରୋକ ପରେ ଭୁବନ ଥାନାଧିକାରୀ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ବୁଝାସୁଝା କରି ରେଡକ୍ରସରୁ ସାହାଯ୍ୟର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା । ତେବେ ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ଭୁବନ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି । ଜାତୀୟରାଜପଥ ୫୩ ନିଳମାଧବ ପେଟ୍ରୋଲ ପମ୍ପ ନିକଟରେ ବାରମ୍ବାର ଦୁର୍ଘଟଣାରେ ଲୋକମାନଙ୍କର ଜୀବନ ଯାଉଥିବାବେଳେ ଏହି ରାସ୍ତାରେ ଆଲୋକିକରଣ କରିବା ସହିତ ଟ୍ରାଫିକର ବନ୍ଦୋବସ୍ତ କରିବାକୁ ସ୍ଥାନୀୟବାସୀ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *