ଆଜି ଭୟଙ୍କର ରୂପ ନେବ ବାତ୍ୟା ‘ମୋକା’, ଏହି ରାଜ୍ୟଗୁଡ଼ିକୁ ସତର୍କ ସୂଚନା

ନୂଆଦିଲ୍ଲୀ,୧୨ା୫: ସାମୁଦ୍ରିକ ଝଡ଼ ‘ମୋକା’ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଦ୍ରୁତ ଗତିରେ ମୁହାଁଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟା ବାଂଲାଦେଶର କାକ୍ସ ବଜାର ଏବଂ ମ୍ୟାନ୍‌ମାରର କ୍ୟୋକୟୁ ପାର୍‌ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୭୫ କିଲୋମିଟର ରହିବ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମେ’ ୧୩ ଏବଂ ୧୪ ମଧ୍ୟରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୧୩ ରେ ତ୍ରିପୁରା ଏବଂ ମିଜୋରାମର ବିଚ୍ଛିନ୍ନ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ଏବଂ ୧୪ ରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିବ। ସେହିପରି ୧୪ରେ ନାଗାଲାଣ୍ଡ, ମଣିପୁର ଏବଂ ଦକ୍ଷିଣ ଆସାମର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଆଣ୍ଡାମାନ ସାଗର ଉପରେ ପବନର ବେଗ ୫୦-୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ୬୫-୭୫ କିଲୋମିଟର ବେଗରେ ବହି ୯୦ କିଲୋମିଟରରେ ପହଞ୍ଚିବ। ଏହି ବାତ୍ୟାର ଗତି ଶୁକ୍ରବାର ୧୨୦ କିଲୋମିଟରରେ ପହଞ୍ଚିବାର ସମ୍ଭାବନା ଅଛି। ତେବେ ୧୩ରୁ ପବନର ବେଗରେ ହ୍ରାସ ଘଟିବ। ପୂର୍ବ ବଙ୍ଗୋପସାଗରରେ ୧୧୦-୧୨୦ କିଲୋମିଟର ବେଗରେ ପବନର ବେଗ ୧୩୫ କିଲୋମିଟରରେ ପହଞ୍ଚିବା ସମ୍ଭାବନା ରହିଛି। ୧୩ ତାରିଖ ସକାଳୁ ୧୩୦-୧୪୦ କିଲୋମିଟର ବେଗରେ ପବନ ବହି ଏହା ୧୫୫ କିଲୋମିଟର ଟପିବ। ୧୩ ସନ୍ଧ୍ୟାରୁ ୧୪ ସକାଳ ପର୍ଯ୍ୟନ୍ତ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *