ସଟ ସର୍କିଟ ଯୋଗୁଁ ନିଆ ଲାଗି ଫାଟିଲା ସିଲିଣ୍ଡର୍।

ସଟ ସର୍କିଟ ରୁ ନିଆ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର୍। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପୂଜାରିଗୁଡ଼ା ମେଡିକାଲ ରେ । ଆଜି ଦିନ 11 ଟା ସମୟରେ ମେଡିକାଲ ଗୋଦାମ ଗୃହ ରେ ହଠାତ୍ ସଟ୍ ସର୍କିଟ ଯଗୁଁ ନିଆ ଲାଗି ଯାଇଥିଲା । ଏବଂ ସେଠାରେ ଦୁଇଟି ପୂର୍ଣ ଅକ୍ସିଜେନ ଗ୍ୟାସ୍ ସିଲିଣ୍ଡର୍ ସହ ଅଳ୍ପ କେତଟି ଖାଲି ସିଲିଣ୍ଡର୍ରହିଥିଲା । ଅଗ୍ନି କାଣ୍ଡ ଯୋଗୁଁ ସେହି ଦୁଇଟି ସିଲିଣ୍ଡର୍ ଫାଟି ଯିବା ଫଳରେ ଗୋଦାମ ଗୃହ ସମ୍ପୂର୍ଣ ଜଳି ଯିବା ସହ ଘର ର ଛାତ ଉଡ଼ି ଯାଇଛି । ଗୋଦାମ ଗୃହ ପାର୍ଶ୍ଵ ରେ ପ୍ରସୂତି ଗୃହ ରହିଅଛି । କିନ୍ତୁ ନିଆ ଲାଗିବା ପରେ ପ୍ରସୂତି ଙ୍କୁ ସେଠାରୁ ତୁରନ୍ତ ସ୍ଥାନାନ୍ତରିତ କରା ଯାଇଥିଲା । ଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡ ରେ କୌଣସି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ହୋଇଥିବା ଖବର ପାଇ ସ୍ବାସ୍ଥ୍ୟ ବିଭାଗ କତ୍ତୃପକ୍ଷ ତୁରନ୍ତ ଉମରକୋଟ ର ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ମେଡିକାଲରେ ପହଞ୍ଚି ନିଆକୁ ଆୟତ କରିବାକୁ ସକ୍ଷମ ହୋଇଥିଲେ । ସିଲିଣ୍ଡର୍ ଖାଲି ଥିବା କଥା ଡାକ୍ତର କହିଥିବା ବେଳେ ଏହି ଘଟଣା ରେ କେହି ଦାୟୀ ନୁହଁନ୍ତି ଏବଂ କାହା ଅବହେଳା ଯୋଗୁଁ ଏହି ଅଘଟଣା ଘଟିନି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *