ଡା. ଅର୍ଥୋକୁ ମୋଷ୍ଟ ଟ୍ରଷ୍ଟେଡ୍‌ ବ୍ରାଣ୍ଡ୍‌ ଅଫ୍‌ ଇଣ୍ଡିଆ ସମ୍ମାନ

ନୂଆଦିଲ୍ଲୀ,୫।୫ ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଲୋକପ୍ରିୟ ବ୍ରାଣ୍ଡ୍‌ ଡା. ଅର୍ଥୋକୁ ନିକଟରେ ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଡା. ଅର୍ଥୋକୁ ମୋଷ୍ଟ ଟ୍ରଷ୍ଟେଡ୍‌ ବ୍ରାଣ୍ଡ୍‌ ଅଫ୍‌ ଇଣ୍ଡିଆ-୨୦୨୩ ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ମାର୍କସମ୍ୟାନ ଡେଲି ଟିମ୍‌ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡା. ଅର୍ଥୋ ବ୍ରାଣ୍ଡ୍‌ ପାଇଁ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ରାଧିକା ଚିମାଙ୍କୁ ଉକ୍ତ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ଏପରିକି ସଂସ୍ଥାର ମିଶନ ଅନୁଯାୟୀ କାର୍ଯ୍ୟ କରୁଥିବା ଏବଂ ଦେଶର ବିକାଶ ଓ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନରେ ଯୋଗଦାନ ରଖିଥିବା ୫୦ ପ୍ରମୁଖ ପ୍ରତିଷ୍ଠାନକୁ ସଂସ୍ଥା ପକ୍ଷରୁ ଚୟନ କରାଯାଇ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *