ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି


ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଯାଇଛି | ଦୟଣା ଗଛ ଚୋରି କରି ଶ୍ରୀଦେବୀ, ଭୂଦେବୀଙ୍କ ସମେତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବନ୍ଧା ପଡିଛନ୍ତି | ଗତକାଲି ସନ୍ଧ୍ୟାରେ ଘଣ୍ଟ ଛତା କାହାଳି ପଟୁଆରରେ ରାମକୃଷ୍ଣ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିଥିଲେ |

ସେଠାରେ ଦୟଣା ଚୋରି କରିବା ପାଇଁ ବଗିଚାକୁ ଯାଇ ଦୟଣା ଚୋରି ନୀତି ସମାପନ କରିବା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ | ଆଜି ଚତୁର୍ଦଶୀ ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ନୀତି ସମ୍ପର୍ଣ୍ଣ କରାଯିବ

Leave a Reply

Your email address will not be published. Required fields are marked *