ସ୍ୱାସ୍ଥ୍ୟ କର୍ମୀ ବସନ୍ତଙ୍କ ହତ୍ୟା ପରେ ୧୮ ଦିନ ବିତିଗଲାଣି ଏବେବି ପୋଲିସର ହାତ ଖାଲି

ଧାମନଗର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ୱାସ୍ଥ୍ୟକର୍ମୀ ବସନ୍ତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପୁଲିସ ଉଦାସୀନତାକୁ ନେଇ ଏବେ ଉଠୁଛି ପ୍ରଶ୍ନ ସଂପୃକ୍ତ ଅଞ୍ଚଳରେ ବଢୁଛି ଜନ ଅସନ୍ତୋଷ. ସୂଚନା ଥାଉକି ବସନ୍ତଙ୍କୁ ଏକ ଘରେ କିଛି ଭଦ୍ରମୁଖା ବ୍ୟକ୍ତି ଆଗରେ ସ୍ୱାସ୍ଥ୍ୟ କର୍ମୀ ବସନ୍ତ ସାହୁଙ୍କୁ ଅସୁରାଳିର ଅଜିତ ସାହୁ ନାମକ ଅଭିଯୁକ୍ତ ମାରୁଥିବାର ଭିଡ଼ିଓ ଭାଇରାଲ ହେବାର ଲାଗିଛି ଯାହାକୁ କେନ୍ଦ୍ରକରି ଗୋବିନ୍ଦପୁର ଗ୍ରାମବାସି ମାନେ ବାରମ୍ବାର ଧାମନଗର ଥାନା ଘେରାଉ କରି ନ୍ୟାୟ ଦାବିରେ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଛି . ପୋଲିସ ପ୍ରଶାସନ ତରଫରୁ ବସନ୍ତଙ୍କ ପରିବାର କୁ ଆଉ କେତେ ଦିନ ପ୍ରତିଶୃତି ଦେଇ ଭୁଆଁ ବୋଲାଉଥିବା ପୋଲିସ ପ୍ରଶାସନର ଅସଲି ଚେହେରା ଏବେ ପଦାରେ ପଡିଛି କାହିଁ ଦୋଷୀକୁ ଘଣ୍ଟ ଘୋଡାଉ ନାହିଁତ ପୋଲିସ ପ୍ରଶାସନ ଯାହାକୁ ନେଇ ପୁରା ଧାମନଗର ଅଞ୍ଚଳ ରେ ଏବେ ଚର୍ଚ୍ଚା ଜୋର ଧରିଛି.ଏହି ଘଟଣାରେ ପରିବାର | ଲୋକଙ୍କ ଅଭିଯୋଗକ୍ରମେ ଧାମନଗର ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଜଣଙ୍କୁ ଅଟକ ରଖି ୫ଦିନ ପରେ ଗିରଫ କରି କୋର୍ଟ ଚାଲାଣ କରି ଚୁପ ବସିଛି । କିନ୍ତୁ ୧୮ ଦିନ ହେବ ଉକ୍ତ ଅଭିଯୋଗ ଆଧାରରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି । ସେମାନେ ଫେରାର ଅଛନ୍ତି ବୋଲି ପୁଲିସ କହୁଛି। ସ୍ୱାସ୍ଥ୍ୟ କର୍ମୀ ବସନ୍ତଙ୍କ ପରିବାର ଓ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ ଓ ପୁଅ ଦିନେଶ SP ଅଫିସ ଆଗରେ ଧାରଣା ଦେବା ପରେବି ଏହାର କିଛି ସୁଫଳ ମିଳିପାରିନାହିଁ ଆଜି ପୁର୍ନବାର ଧାମନଗର ଥାନା ଆଗରେ ଗୋବିନ୍ଦପୁର ଗ୍ରାମବାସୀଙ୍କ ସହିତ ପୁରା ପରିବାର ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବା ଚିତ୍ର ସାମ୍ନାକୁ ଆସିଛି.ଏବେ ବସନ୍ତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରେ ତାଙ୍କ ଭାଇ ସନ୍ତୋଷ ସାହୁ ଅସୁରାଳୀ ଅଞ୍ଚଳର ଅଜିତ ସାହୁଙ୍କ ସମେତ ଆଉ କେତେକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ, ଅଜିତ ଏବେ ବି ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୁଲିସର ଆନ୍ତରିକତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବସନ୍ତଙ୍କୁ ଝୁରିଝୁରି ତାଙ୍କ ବୃଦ୍ଧ ପିତାମାତା ଏବେ ଶଯ୍ୟାଶାୟୀ । ଯଦି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୁଏ, ତେବେ ପ୍ରଶାସନିକ ନ୍ୟାୟ ବ୍ୟବସ୍ଥା ଉପରୁ ଜନସାଧାରଣଙ୍କର ବିଶ୍ଵାସ ତୁଟିଯିବ ବୋଲି ଭାଇ ସନ୍ତୋଷ କହିଛନ୍ତି।
Punil Kumar Samanta reporter