ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅଧୀନ ରେ ଥିବା ଗଣେଶ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଯୁବକର ଗଳିତ ମୃତଦେହ ଉଦ୍ଧାର।ମୃତକ ଜଣକ ହେଲେ ବଡଗଡ ସୁନାରି ପଦର ସାହିର ମୁନା ଜେନା ପିତା ଈଶ୍ୱର ଜେନା ।ସେ ପୂର୍ବରୁ ବ୍ରହ୍ମପୁର ରେ ରହି ପାଣି ପାଇପ କାମ କରୁଥିଲେ। ଦଶ ଦିନ ପୂର୍ବରୁ ବଡଗଡ ଆସି ଘରେ ରହିଥିଲେ।କୌଣସି କାରଣରୁ ସ୍ତ୍ରୀ ସହ ଝଗଡା କରି ଘରୁ ଚାଲି ଯାଇଥିଲେ।ସେବେଠାରୁ ମୁନା ଙ୍କର ଘର ସହିତ କୌଣସି ଯୋଗାଯୋଗ ରହି ନଥିଲା।ମନ୍ଦିର ନିକଟ ଜଙ୍ଗଲରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ଗ୍ରାମ ବାସୀ ଖୋଜା ଖୋଜି କରିଥିଲେ।ସେଠାରେ ଜଣେ ଯୁବକର ଗଳିତ ମୃତଦେହ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ବଡଗଡ ପୋଲିସ ପହଞ୍ଚି ମୃତଦେହ କୁ ଚିହ୍ନଟ କରିବା ପରେ ଅଧିକ ତଦନ୍ତ ଜାରି ରହିଛି।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *