ଗାଡିଆରୁ ମୃତଦେହ ଉଦ୍ଧାର

ରାତିରେ ଭାଡ଼ି ଜଗିବାକୁ ଆସି ସକାଳୁ ଆଉ ଫେରିନଥିଲେ କାହୁଁ । ପରିବାର ଲୋକ ସନ୍ଦେହରେ ବିଲକୁ ଆସି ଦେଖିଲା ବେଳକୁ ଭାଡ଼ି ତଳେ ଥିବା ଏକ ଗାଡ଼ିଆରେ ଅଚେତ୍ ଅବସ୍ଥାରେ ପଡ଼ିରହିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ ଗେରେଡ଼ା କିୟାଧାର ଅଞ୍ଚଳରେ । ସୂଚନା ପ୍ରକାରେ ଚାଷ ଜମିକୁ ଜଙ୍ଗଲି ଜନ୍ତୁଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ ରାତିରେ ବିଲକୁ ଭାଡ଼ି ଜଗିବାକୁ ଆସୁଥିଲେ । ତେବେ ସ୍ଥାନୀୟ ଲୋକେ ପରିବାରକୁ ଖବର ଦେଇଥିଲେ । କାହୁଁ ଘରକୁ ନ ଫେରିବାରୁ ପରିବାର ଲୋକେ ଘଟଣା ସ୍ଥଳରେ ପହଁଚି ଦେଖିଥିଲେ ପାଣିରେ ବୁଡ଼ି ଭାସୁଛନ୍ତି । ପରିବାର ଲୋକେ ଥାନାକୁ ଖବର ଦେଇଥିଲେ ଅନ୍ୟ ପଟେ ଖବର ପାଇ ତାରାସିଙ୍ଗି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠାଇଛି । ତେବେ କାହୁଁଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି ତେଣୁ ସରକାରି ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ଦାବୀ ରହିଛି ।

Leave a Reply

Your email address will not be published. Required fields are marked *