ଚନ୍ଦ୍ରଭାଗା ବେଳାଭୂମି ରେ ଏକ ୫ ଫୁଟ ଲମ୍ବର ମୃତ ଡଲଫିନ୍

ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ବେଳାଭୂମି ରେ ଏକ ୫ ଫୁଟ ଲମ୍ବର ମୃତ ଡଲଫିନ୍ ପଡି ରହିଥିବା ସୋମବାର ସକାଳୁ ଦେଖିବାକୁ ମିଳିଛି । ବଙ୍ଗୋପସାଗର ମଧ୍ୟରେ ପ୍ରତିଦିନ ବେଆଇନ ଭାବେ ଶହଶହ ଟ୍ରଲର ଚାଲୁଥିବା ବେଳେ ଟ୍ରଲର ଆଘାତରେ ପ୍ରାୟ ୫ପୁଟ ରୁ ଅଧିକ ଲମ୍ବର ଡଲଫିନ୍ ମୃତ୍ୟୁ ବରଣ କରି ଚନ୍ଦ୍ରଭାଗା କୂଳରେ ପଡିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକମାନେ ଦେଖି କୋଣାର୍କ ବନଖଣ୍ଡ ଅଧିକାରୀ ଙ୍କୁ ଜଣାଇଥିଲେ। କୋଣାର୍କ ବନଖଣ୍ଡ ଅଧିକାରୀ ପହଞ୍ଚି ମୃତ୍ୟୁ ଡଲଫିନ୍ କୁ ଉନ୍ଧାର କରି ତଦନ୍ତ ଚଳାଇଛନ୍ତି। ଡଲଫିନ୍ ର ଲମ୍ବ ୫ପୁଟ ଥିବା ବେଳେ ଓଜନ ପ୍ରାୟ ୫୦କେଜି ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏହା କିପରି ମୃତ୍ୟୁ ବରଣ କରିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।