ମରିଗଲା ମାନବିକତା, ଶବକୁ ମିଳିଲାନି ସମ୍ମାନ

ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଂଚଳରେ ଜଣେ ଶବବୁହା ଗାଡ଼ି ଚାଳକ ଶବ ପୋତିବାକୁ ଟଙ୍କା ନେଇ,ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଶବ। ଚାରି ଦିନ ପରେ ବସୋଈ ବାରବାଙ୍କ ଦକ୍ଷିଣ ପାର୍ଶ୍ଵ ସଂରକ୍ଷିତ ଜଙ୍ଗଲ ରେ ଦୁର୍ଗନ୍ଧ ହେବା ପରେ, ସ୍ଥାନୀୟ ଲୋକ ଭୟଭୀତ ହୋଇ ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ଶବ ଟି ଚାରି ଦିନ ତଳେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟବଛେଦ ହୋଇଥିବା ବେଳେ,ଡୁମୁହାଣୀ ଗାଁ ର ନିଖୋଜ ଥିବା ମୃତ ମହିଳା ବାଳବତୀ ଙ୍କ ପରିବାର ଙ୍କୁ ହସ୍ତାନ୍ତର ହୋଇଥିଲା ବୋଲି ସୂଚନା ଦେଇଥିଲେ |କିନ୍ତୁ ଶବ ଏଠାକୁ କିପରି ଆସିଲା ବୋଲି ସ୍ଥାନୀୟ ପୋଲିସ ଆଶ୍ଚର୍ଯ୍ୟ ଚକିତ ହେବା ସହ ଏ ନେଇ ଅଧିକ ତଦନ୍ତ କରିଥିଲେ |ତେବେ ଉକ୍ତ ଗଳିତ ଶବଟି ମୃତକଙ୍କ ପୁଅ ବୋହୂ ମାନସିକ ଅନଗ୍ରସର କାରଣରୁ ଶବ ନ ନେବାରୁ ଆଖୁଆପାଳ ସରପଞ୍ଚ ଉକ୍ତ ଶବ ଟିକୁ ଜଙ୍ଗଲରେ ପୋତି ଦେବାକୁ ଶବ ବୋହୁଥିବା ଗାଡ଼ି ଚାଳକଙ୍କୁ ସାତ ହଜାର ଟଙ୍କା ଦେଇଥିଲେ |କିନ୍ତୁ ସେ ଉକ୍ତ ଗଳିତ ଶବଟିକୁ ନ ପୋତି ଜଙ୍ଗଲରେ ଫିଙ୍ଗିଦେଇଥିବା ସ୍ୱୀକାର କରିଥିବା ବେଳେ, ପୁନଶ୍ଚ ଘଟଣା ସ୍ଥଳକୁ ଯାଇ ଗଳିତ ଶବଟିକୁ ମାଟି ଖୋଳି ପୋତିଛନ୍ତି । ତେବେ ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।