ସାଳନ୍ଦୀ ନଦୀରେ ଭାସି ନିଖୋଜ ଥିବା ୨କାଉଡ଼ିଆଙ୍କ ମୄତଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସୀମାବର୍ତୀ ବରଦା ନରିପୁର ସାଳନ୍ଦୀ ନଦୀ ପୋଲ ନିକଟରେ ଗତ ସୋମବାର ସକାଳେ ଭାସିଯାଇ ନିଖୋଜ ଥିବା ୨ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳ ୮ଟା ୨୦ ସମୟରେ ବରଦା ସାଳନ୍ଦୀ ନଦୀ କୂଳରୁ ଉଦ୍ଧାର କରାଯାଇଛି । ମୃତକ ଦ୍ବୟ ହେଲେ ସୁବ୍ରତ ମହାକୁଡ଼(୨୨) ଓ ରାଜେଶ ସାହୁ(୨୮)। ତେବେ ସୌଭାଗ୍ୟକ୍ରମେ ଭାସି ଯାଇଥିବା ଅନ୍ୟ ଜଣେ କାଉଡ଼ିଆ ସୁରେଶ ମହାକୁଡ଼ଙ୍କୁ ଖଇରା ବ୍ଲକ ଅନ୍ତର୍ଗତ ଜୟୀପୁର ଗାଁରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଆଗରପଡା ଓ ଖଇରା ଅଗ୍ନିଶମ ବାହିନୀ ତରଫରୁ ଗତକାଲି ନିଖୋଜଙ୍କୁ ଖୋଜାଖୋଜି ହୋଇଥିଲା ।