ନାଳରେ ଭାସୁଛି ଶବ

ଛତିଆ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ କଡରେ ଥିବା ନାଳରେ ଏକ ଶବ ଭାସୁଥିବାର, ସ୍ଥାନୀୟ ବାସୀନ୍ଦା ମାନେ ଦେଖିବାକୁ ପାଇଥିଲେ। ଏବଂ ସଙ୍ଗେ ସଙ୍ଗେ ବୈରି ଥାନାକୁ ଖବର ଦେଇଥିଲେ। ଵୈରି ଥାନା ଖବର ପାଇ ଘଟଣାସ୍ଥଳରେ, ସାଇଣ୍ଟିଫିକ ଟିମ୍ ଶହ ପହଞ୍ଚି ଶବକୁ ଜବତ କରିବା ଶହ, ଶବ ବ୍ୟବଛେଦ ପାଇଁ ବଡଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ସୁଚନାଯୋଗ୍ୟ ଯେ ମୃତକ ଜଣକ ମାହାଙ୍ଗା ଥାନା ଅନ୍ତର୍ଗତ କଇଥା ପଞ୍ଚାୟତ ବଉଳା ଗ୍ରାମର ବିଜୟ ମହାନ୍ତି ଙ୍କ ପୁଅ ରାଜ କିଶୋର ମହନ୍ତି ଓରଫ୍( ରାଜୁ), ବୟସ 33ବର୍ଷ । ସେ ବୈରୀ ଥାନ ଅଞ୍ଚଳ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଝିଅ ଚିନ୍ମୟୀ ସ୍ଵାଇଁ ଙ୍କୁ ୧୦ବର୍ଷ ପୂର୍ବେ ବିବାହ କରି ଶଶୁର ଘରେ ରହି ଆସୁଥିଲେ, ଏବଂ ଗୋଟିଏ କମ୍ପାନୀ ରେ ସେ ରୋଷେଇ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ମୃତ୍ୟୁ ରହସ୍ୟ ଅସ୍ପଷ୍ଟ ଥିବା ବେଳେ, ଶବ ବ୍ୟବଛେଦର ରିପୋର୍ଟ ସାମ୍ନାକୁ ଆସିଲେ ମୃତ୍ୟୁର ରହସ୍ୟ ପର୍ଦାଫାସ ହେବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।
ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ