ସାପ କାମୁଡିବାରୁ ପୂଜକ ଶ୍ୟାମ ସୁନ୍ଦର ଶର୍ମାଙ୍କ ମୃତ୍ୟୁ ସନ୍ଦେହ

ମଣିଷ ଜୀବନ ପାଣି ଫଟକା ସଦୃଶ, କେତେ ବେଳେ ମଣିଷର କଣ ଘଟିବ କେହି କହି ପାରିବେ ନାହିଁ, ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ଼ ସ୍ଥିତ ନୀଳଚକ୍ର ନଗର ଶିରିଡ଼ି ଶାଇ ମନ୍ଦିରରେ। ଏହି ମନ୍ଦିରର ପୂଜକ ଶ୍ରୀ ଶ୍ୟାମ ସୁନ୍ଦର ଶର୍ମା ନିତିଦିନ ଭଳି ପୂଜା କରିବାକୁ ମନ୍ଦିର ଯାଇଥିଲେ। ମନ୍ଦିର ପାଖାପାଖି ପିପଲ୍ ଗଛ ନିକଟରେ ସେ ଟଳି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୂଜକଙ୍କୁ ଚିକିତ୍ସା ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାପ କାମୁଡିବା ଯୋଗୁଁ ପୂଜକଙ୍କ ମୃତ୍ତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ ପାଇଛି,ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କେଉଁ କାରଣରୁ ତାଙ୍କର ମୁତ୍ୟୁ ହୋଇଛି ଜଣାପଡିବ, ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ସାଇ ଭକ୍ତ ଦୁଃଖରେ ଭାଙ୍ଗି ପଡିଛନ୍ତି। ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ଉପଦେଷ୍ଟା ସଞ୍ଜୟ କୁମାର ନାୟକ, ଦେବି ଶର୍ମା,ସାଇ ମନ୍ଦିରର ପ୍ରକାଶ ମହାନ୍ତି, ପ୍ରଦୀପ ମହାନ୍ତି, ଦିନେଶ ଶର୍ମା, ଦୀପକ ସୁବୁଦ୍ଧି, ତୁଷାର ରଞ୍ଜନ ସ୍ବାଇଁ, ଲାୟଂଶ କ୍ଲବର୍ ପୂର୍ବତନ ସଭାପତି ଶ୍ରୀକାନ୍ତ ଅଗ୍ରୱାଲ ପ୍ରମୁଖ ସରକାରି ଡାକ୍ତରଖାନାକୁ ପହଞ୍ଚିଥିଲେ। ଟିଟିଲାଗଡ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି, ଶବ ବ୍ୟବଚ୍ଛେଦ ପାଇଁ ପଠଯାଇଥିବା ସୁଚନା ମିଳିଛି।

ଟିଟିଲାଗଡରୁ ଭବାନୀ ପ୍ରଶାଦ ଷଡ଼ଙ୍ଗୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *