ବଜ୍ରପାତରେ ଚାଷୀ ମନମୋହନଙ୍କ ମୃତ୍ୟୁ


ନିମାପଡା:- ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମର ମନମୋହନ ବେହେରା (୬୦ ) ବିଲ କାମ କରିବା ପାଇଁ ଯାଇଥିଲେ।ବିଲ କାର୍ଯ୍ୟ କରିବା ସମୟରେ ସୋମବାର ଦିନ ମଧ୍ୟାହ୍ନରେ ହଟାତ ମେଘ ଘଡଘଡି ମାରିଥିଲା ।ସେହି ବଜ୍ରପାତ ରେ ମନମୋହନ ବିଲରେ ଚାଷ କାର୍ଯ୍ୟ କରୁଥିବା ବେଳେ ଟଳିପଡିଥିଲେ ।କିଛି ସମୟ ପରେ ଗ୍ରାମର ଲୋକେ ବିଲ ଦେଖିବା କୁ ଯିବା ବେଳେ ଦେଖିଥିଲେ ଯେ ମନମୋହନ ଅଚେତ ଅବସ୍ଥାରେ ବିଲରେ ପଡି ରହିଛି ।ପରେ ଗ୍ରାମର ଲୋକମାନେ ମନମୋହନ କୁ ଉଦ୍ଧାର କରି ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଠାର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ତାଙ୍କ ମୃତ୍ୟୁ ରେ ପରିବାର ସହିତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *