ବିଷ କ୍ରିୟାରୁ ଛାତ୍ରର ମୃତ୍ୟୁ

ଭଞ୍ଜନଗର -ବେଲଗୁଣ୍ଠା ଥାନା ପ୍ରତାପୁର ପଂଚାୟତ ପଥରାପଲ୍ଲୀ ଗାଁରେ ଜଣେ ୧୭ ବର୍ଷୀୟ ଛାତ୍ରର ହଠାତ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ ବିଷ କ୍ରିୟା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପ୍ରମୋଦ ନାୟକଙ୍କ ପୁଅ ରୁଦ୍ରପ୍ରସାଦ ନାୟକ(୧୭) ସେ ବେଲଗୁଣ୍ଠା କଲେଜରେ ପଡପଢୁଥିଲା ଗତ କାଲି ରାତିରେ ଘରେ ଶୋଇଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରିବା ପରେ ତାକୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା ତଥାପି ସୁସ୍ଥ ହୋଇନଥିବା ବେଳେ ତାକୁ ପ୍ରଥମେ ବେଲଗୁଣ୍ଠା ଓ ପରେ ଭଞ୍ଜନଗର ମେଡ଼ିକାଲ କୁ ନିଆଯାଇଥିଲା ଚିକିତ୍ସା ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଶବ ବ୍ୟବଛେଦ ପରେ ଗାଁ କୁ ଆଣି ଶୋକାକୁଳ ପରିବେଶ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ଘରେ ଏକ ଚିଟି ସାପ ବୁଲୁଥିବା ଦେଖିବା ପରେ ସାପ କାମୁଡା ଯୋଗୁଁ ଏଭଳି ପରିସ୍ଥିତି ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି । ଶରୀରର କୌଣସି ସ୍ଥାନରେ ସାପ କାମୁଡ଼ିବାର ଚିହ୍ନ ନଥିବା ବେଳେ ମୁଣ୍ଡକୁ ସାପ କାମୁଡିଥିବା ସନ୍ଦେହ କରାଯାଉଛି । କରୋନା ସମୟରେ ଚିକିସ୍ଥା ନପାଇ ବାପା ପ୍ରମୋଦ ନାୟକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଅ ର ମୃତ୍ୟୁ ପରିବାରର ମେରୁଦଣ୍ଡ ଭାଙ୍ଗି ଦେବା ସହ ଦୁଃଖର ସମୁଦ୍ରକୁ ଠେଲି ଦେଇଛି ।