ହାତୀ ଆକ୍ରମଣରେ ମୃତ୍ୟୁ

କାମାକ୍ଷାନଗର.୧୯.୧୦.୨୦୨୧ -ଦନ୍ତା-ହାତୀ ଆକ୍ରମଣରେ ଜଣେ ମୃତ୍ୟୁ। ମୃତକ ହେଲେ ମହାବିରରୋଡ ରେଞ୍ଜ ଡମଳ ଗ୍ରାମର କମାର ବେହେରା।ଆଜି ସକାଳେ କମାର ଗ୍ରାମ ନିକଟସ୍ଥ ନାଳକୁ ସୌଚପାଇଁ ଯାଇଥିବା ବେଳେ ପଛପଟୁ ଦନ୍ତା ହାତୀ ଆକ୍ରମଣ କରିଥିଲା। ପରିବାର ଲୋକ ତାଙ୍କୁ ଉଧାର କରି ପର୍ଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ କାମାକ୍ଷାନଗର ଠାରେ ତାଙ୍କର ମୃତ୍ୟୁ ହୋଇଛି।ଅଣ୍ଟା ଓ ଛାତିରେ ଗଭିର ଆଘାତ ଲାଗିଥିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି।ଖବର ପାଇ ମେଡିକାଲର ରେଞ୍ଜର ସତ୍ୟନାରାୟଣ ସାହୁ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।ସୂଚନା ଅନୁସାରେ ଗତବର୍ଷ ମୃତ କମାରର ମାଆଙ୍କର ହାତି ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ, ବାପା ମଧ୍ୟ ହାତି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ।ତେବେ ମହାବିରରୋଡ ରେଞ୍ଜରେ ବର୍ଷ ତମାମ ଶତାଧିକ ହାତି ମାନଙ୍କ ଉପଦ୍ରବ ଲାଗିରହିଛି।ଯାହା ଫଳରେ ଅଞ୍ଚଳରେ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *