ଟ୍ରେନ ଧକ୍କାରେ ହାତୀ ର ମୃତ୍ୟୁ

ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଚିନ୍ତପୋଖରି ରେଲ ଫାଟକ ନିକଟ ରେ ଟ୍ରେନ ଧକ୍କା ଦେବା ଫଳରେ ଗୋଟିଏ ହାତୀ ର ମୃତ୍ୟୁ ଘଟିଛି ସୂଚନା ଅନୁସାରେ ହାତୀ ଟ୍ରେନ୍ ଲାଇନ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଧକ୍କା ଦେଇଥିଲା l ଫଳରେ ହାତୀ ର ମୃତ୍ୟୁ ଘଟିଛି lଏଠାରେ ସୂଚନାଯୋଗ୍ୟ ଯେ ଗତ ପାଞ୍ଚ ଦିନ ହେବ। ଆଖ ପାଖ ଗ୍ରାମ ଯଥା ନଗlରୀ, ଚିନ୍ତା ପୋଖରୀ, ତାଳ ଡଙ୍ଗା, ସୁରଭି ଗଉଡ ପଶି, ବି ଡୋ, ମେରା ମଣ୍ଡଳୀ ଆଦି ଗ୍ରାମ ର ଫସଲ ନଷ୍ଟ କରିବା ସହ ରାତି ଅଧରେ ଘର ଭାଙ୍ଗି ଦେଉଥିବାର ଅଭିଯୋଗ ହୋଇଛି l ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ କର୍ମଚାରୀ ଅଣ ଦେଖା କରୁଛନ୍ତି l କିନ୍ତୁ ଆଜି ଘଟଣା ସ୍ଥଳରେ ଉଭୟ ବନ ବିଭାଗ ଓ ସ୍ଥାନୀୟ ପୋଲିସ୍ ପହଞ୍ଚି ଘଟଣାର ଛlନଭିନ ଚଳାଇଛ l