କୋଣାର୍କ ଅଞ୍ଚଳରୁ ପୁଣି ମୃତ ହରିଣ ଛୁଆ ଉଦ୍ଧାର!

କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ହାଟ ନିକଟରୁ ଏକ ମୃତ ହରିଣ ଛୁଆ ଉଦ୍ଧାର କରାଯାଇଛି। ଛୁଆଟିକୁ ବୁଲା କୁକୁର ଆକ୍ରମଣ କରି ମାରି ଦେଇଥିବା ଅନୁମାନ କରାଯାଉଛି। କୋଣାର୍କ ବନଖଣ୍ଡ ବନ୍ୟପ୍ରାଣୀ ବିଭାଗ କର୍ମଚାରୀଙ୍କ ଅପାରଗତା ଓ ଖାମଖିଆଲି ମନୋଭାବ ଯୋଗୁଁ ବହୁଳ ମାତ୍ରାରେ ହରିଣ ଶିକାର ବଢିବା ସହିତ ହରିଣ ବଂଶ ଲୋପ ପାଇବାରେ ଲାଗିଛି।