ମାନହାନି ମାମଲା: ୨୯ରେ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଗୁଜରାଟ ହାଇକୋର୍ଟ ଏପ୍ରିଲ ୨୯ରେ ଶୁଣାଣି କରିବେ। ‘ମୋଦି ସରନେମ’ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଚ କରି ରାହୁଲ ଗାନ୍ଧୀ ଗୁଜରାଟ ହାଇକେର୍ଟରେ ଆବେଦନ କରିଥିଲେ। ହାଇକୋର୍ଟର ନୂତନ ବିଚାରପତି ଏହି ଆବେଦନର ଶୁଣାଣି କରିବେ।

Leave a Reply

Your email address will not be published. Required fields are marked *